ପାନୀୟଜଳ ପ୍ରକଳ୍ପରୁ ବଞ୍ଚିତ ୱାର୍ଡବାସୀ: ପାଣି ପାଇଁ ଡହଳ ବିକଳ ଲୋକେ

ରାଜନଗର : ପାନୀୟଜଳ ପ୍ରକଳ୍ପର ବର୍ଷକ ତଳୁ କାମ ଶେଷ ହୋଇଛି । ଏହି ପାନୀୟଜଳ ପ୍ରକଳ୍ପ ଲୋକଙ୍କ କାମରେ ଆସୁନଥିବା ଅଭିଯୋଗ ହେଉଛି । ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତର ଜଗନ୍ନାଥପୁରଶାସନ, ବାଲିକଣା, ମଇଁଷିଗୋଠ, ଭଗବାନପୁର, ମହୁରିଆ ଗାଁ ଓ ଗୋପପାଟଣାର ୫ହଜାରରୁ ଉଦ୍ଧ୍ୱର୍ଲୋକ ପାନୀୟଜଳ ପ୍ରକଳ୍ପରୁ ପାନୀୟଜଳ ପାଇବାରୁ ବଂଚିତ ହୋଇଥିବା ନେଇ ପିତାମ୍ବର ରାଉତ, ଅମର କୁମାର ରାଉତ, ନରହରି ରାଉତ, କାଳନ୍ଦି ମଳିକ ଓ ବିଜୟ ଜେନା ପ୍ରମୁଖ ଅଭିଯୋଗ କରିଛନ୍ତି । ଗତ ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ବିଧାୟକ ଧ୍ରୁବ ସାହୁ ବାଲିକଣା ଗାଁ ମୁଣ୍ଡରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପଞ୍ଚଦଶ ଅର୍ଥ କମିଶନ ଆର୍ଥୀକ ଅନୁଦାନରେ ବୋରିଂ କରାଗଲା । ପ୍ରଥମ ବୋରିଂର ପାଣି ଲୁଣା ପଡିବାରୁ ପୂନର୍ବାର ଅନ୍ୟଏକ ବୋରିଂ କରାଗଲା । ଘର ତିଆରି ହୋଇ ମଟର ବସିଥିଲା ।