ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ନିଦେ୍ର୍ଦଶକୁ କଣ୍ଟ୍ରାକ୍ଟରଙ୍କ ବେଖାତିର
ବାଲେଶ୍ୱର : ସଦର ବ୍ଲକ୍ ଅନ୍ତର୍ଗତକୁଅଁରପୁର ଗ୍ରାମରେ ମଙ୍ଗଳା ମନ୍ଦିର ଓ ଜଗନ୍ନାଥ ମନ୍ଦିର ନିକଟରେ ଏକ ପାନୀୟଜଳ ନଳକୂପ ଖୋଳାଯିବା ପାଇଁ ୨୦୨୪ ମାର୍ଚ୍ଚମାସରେସରକାରଙ୍କ ପ୍ରସ୍ତାବ ମୁରୀ ହୋଇ ଜନୈକ କଣ୍ଟ୍ରାକ୍ଟର ଜଗନ୍ନାଥ ପାଣିଗ୍ରାହୀ ଖୋଳିବା କାର୍ଯ୍ୟ ଆରମ୍ଭ କରିଥିଲେ । ନଳକୂପ ଖନନ କାର୍ଯ୍ୟ ଅଧା କରିକଣ୍ଟ୍ରାକ୍ଟର କୁଆଡେ ଉଭାନ୍ ହୋଇଗଲେ । ପୁଣି ଚଳିତ ମାର୍ଚ୍ଚ ମାସରେଉକ୍ତବ୍ୟକ୍ତିକିଛିଲୋକଙ୍କୁ ପଠାଇଖୋଳାକାମ ଆରମ୍ଭ କରାଇଲେ ।କି"ୁ ଯଥା ପୂର୍ବ ତଥା ପରମ୍ ନୀତିରେ ଆଜକୁ ୨ ମାସସରିବାକୁଗଲାଣି ନଳକୂପ ଖୋଳାକାର୍ଯ୍ୟ ଆରମ୍ଭ କିମ୍ବାଶେଷହୋଇପାରୁନାହିଁ । ଏ ବିଷୟରେଗ୍ରାମବାସୀମାନେ ସଂପୃକ୍ତ ବାଲେଶ୍ୱର ସଦର କନିଷ୍ଠ ଯନ୍ତ୍ରୀ ଓ ସହକାରୀ ନିର୍ବାହ ଯନ୍ତ୍ରୀଙ୍କୁ ଅନୁରୋଧ କଲାପରେ ମଧ୍ୟ କୌଣସିସୁଫଳମିଳି ପାରିନଥିଲା ।ତେଣୁବାଧ୍ୟ ହୋଇଜିଲ୍ଲାପାଳଙ୍କ ଅଭିଯୋଗଶୁଣାଣିରେ ଅଭିଯୋଗ ଦାଖଲକରିଥିଲେ । ଅଭିଯୋଗ ଦାଖଲକରିବା ୪ ମାସବିତିଗଲେ ମଧ୍ୟ ଦୈନିକକଣ୍ଟ୍ରାକ୍ଟର ନଳକୂପ ଖୋଳିବାକାର୍ଯ୍ୟ ସମ୍ପୁର୍ଣ୍ଣ କରୁନାହାନ୍ତି । ଯାହାଫଳରେ ସେଠାରେ ବସବାସ କରୁଥିବା ୫୦ରୁ ଅଧିକ ଲୋକମାନେ ପିଇବା ପାଣିରୁ ବଂଚିତ ହେଉଛନ୍ତି । ତେଣୁ ଉଚ୍ଚକର୍ତ୍ତୃପକ୍ଷ ଧ୍ୟାନ ଦେବାପାଇଁ ଗ୍ରାମବାସୀମାନେ ଦାବିକରୁଛନ୍ତି ।