ପ୍ରବାସୀ ଶ୍ରମିକଙ୍କ ଉପରେ ଆଇନ ସଚେତନତା ଶିବିର
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟ ରେ ପୈାରସଂସ୍ଥା ଟାଉନହଲ ଠାରେ ପ୍ରବାସୀ ଶ୍ରମିକଙ୍କ ଉପରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସନ୍ତୋଷ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରବାସୀ ଶ୍ରମିକଙ୍କର ମୌଳିକ କର୍ତ୍ତବ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା । ଉପସ୍ଥିତ ଥିବା ଜନସାଧାରଣଙ୍କୁ ସମ୍ବିଧାନର ମୌଳିକ କର୍ତ୍ତବ୍ୟ ଓ ପ୍ରବାସୀ ଶ୍ରମିକ ମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ଓ ବାହାର ରାଜ୍ୟରୁ ଆମ ରାଜ୍ୟକୁ ଆସିବା ଉପରେ ବିସୃତ ଭାବେ ସଚେତନତା କରାଯାଇଥିଲା । ଆଇନସେବା ପ୍ରାଧିକରଣ ସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ଜିଲ୍ଲା ଶ୍ରମ ଅଧିକାରୀ ଏପି ମହା ମାନସିଂହ, ବରିଷ୍ଠ ଆଇନଜୀବି ରମଣୀ ରଂଜନ ରାଉତରାୟ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।