ପଞ୍ଚାୟତ ସିମିତିର ସାଧାରଣ ଅଧିବେଶନ

 ଖଣ୍ଡପଡ଼ା:  ଖଣ୍ଡପଡା ପଞ୍ଚାୟତ ସିମିତିର ୧୧ତମ ସାଧାରଣ ଅଧିବେଶନ ଅଧ୍ୟକ୍ଷା ଉପମା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ବିଷ୍ନୁପ୍ରିୟା ବେହେରା, ଜିଲ୍ଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥୀ, ଉଜ୍ଜଳ ମହାରଣା, ବିଡିଓ ଅଙ୍କୁର ଅଭିଳାଷ ପ୍ରମୁଖ ମଞ୍ଚାସିନ ରହି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ । ଜିପିଇଓ ଅନିତ ବଡ଼ସେଟଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ବିଭାଗୀୟ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା । ବୈଠକରେ ଶିକ୍ଷା, ପାନୀୟ ଜଳ, କୃଷି, ବିକଶିତ ଗାଁ ବିକଶିତ ଓଡିଶା, ଅନ୍ତଦୟ ଗୃହ ଯୋଜନା, ରାସନ କାର୍ଡ, ବିଦୁ୍ୟତ, ପଶୁ ସମ୍ପଦ, ମିଶନ ଶକ୍ତି ଆଦି ବାବଦରେ ସରଗରମ ଆଲୋଚନା ହୋଇଥିଲା । ତେବେ ଉନ୍ନୟନମୂଳକ କାମ ଠପ ଓ ପୂର୍ବ ବୈଠକରେ ଯେଉଁସବୁ ପ୍ରସଙ୍ଗ ଉଠିଥିଲା ସେସବୁ ପ୍ରସ୍ତାବିତ ଚିଠାରେ ଲେଖା ନ ଯିବାକୁ ନେଇ ଗୃହରେ ସରପଞ୍ଚ ସମିତି ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏ ନେଇ ବିଡିଓ ଅଙ୍କୁର ଅଭିଳାଷଙ୍କୁ ପ୍ରଶ୍ନବାଣ କରିବା ସହ ଏ ଦିଗରେ ଉତ୍ତର ରଖିବାକୁ ବାଧ୍ୟ କରିଥିଲେ ।