ରାସ୍ତାରେ ବୁଲା ଗୋରୁ, ଯାଉଛି ଅନେକ ଜୀବନ

 ଚାନ୍ଦବାଲି : ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତାରେ ପ୍ରତିଦିନ ସହସ୍ରାଧିକ ଯାତ୍ରୀବାହି ବସ, ଟ୍ରକ୍, ଟ୍ରାକ୍ଟର ଓ ଦୁଇଚକିଆ ଗାଡ଼ି ଚଳାଚଳ କରୁଥିବା ବେଳେ ବୁଲା ଗୋରୁ ମାନଙ୍କ ପାଇଁ ଏବେ ପଥଚାରି ମାନଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଗୋ ପାଳକ ମାନେ ଅଣ୍ଡିରା ବାଛୁରୀ ଜନ୍ମ ହେଲେ କିଛି ମାସ ପରେ ଘରୁ ବାହାର କରିଦେବା ଫଳରେ ରାସ୍ତା ଘାଟରେ ବୁଲା ଗୋରୁ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯଦି ଏ ବିଷୟରେ ଜିଲ୍ଲା ପ୍ରଶାସନ ତଦନ୍ତ କରି ଗୋ ପାଳକଙ୍କ ଉପରେ ଯଦି କାର୍ଯ୍ୟନୁଷ୍ଠାନ ନିଅନ୍ତେ ବୁଲା ଗୋରୁ ମାନଙ୍କ ସଂଖ୍ୟା କମି ପାରନ୍ତା । ମଧ୍ୟରାସ୍ତାରେ ବୁଲୁଥିବା ବୁଲା ଗୁରୁମାନଙ୍କ କାରଣରେ ହଠାତ୍ ଦୁର୍ଘଟଣା ଘଟି, ଅନେକ ଜଣ ଆହତ ହେବା ସହ ଜୀବନ ହାରାଇଛନ୍ତି । ଗତ କିଛି ମାସ ଧରି ଏହି ରାସ୍ତାରେ ଦୁର୍ଘଟଣାର ସଂଖ୍ୟା ଚିନ୍ତାଜନକ ଭାବରେ ବଢ଼ିବାକୁ ଲାଗିଛି । ସ୍ଥାନୀୟଙ୍କ ଅଭିଯୋଗ ପ୍ରଶାସନକୁ ଅଭିଯୋଗ କଲେବି ବୁଲା ଗୁରୁମାନଙ୍କୁ ଧରିବା କିମ୍ବା ସୁରକ୍ଷା ପାଇଁ କୌଣସି ପଦକ୍ଷେପ ହୋଇନାହିଁ । ଏହି ରାସ୍ତା ରେ ଏକାଧିକ ଦୁର୍ଘଟଣାରେ ମୃତୁ୍ୟ ଘଟିଥିବାରୁ ରାସ୍ତାରେ ଯାତ୍ରା କରୁଥିବା ଯାତ୍ରୀମାନେ ଏବେ ଭୟଭୀତ । ବାଇକ୍ ଚାଳକମାନେ ବିଶେଷକରି ରାତିରେ ଏହି ସମସ୍ୟାରେ ଅଧିକ ପୀଡ଼ିତ ହେଉଛନ୍ତି ।