ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି
ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଛତ୍ରପୁର ହାଇସ୍କୁଲର ସୁବର୍ଣ୍ଣଜୟନ୍ତୀ ପାଳନ ପାଇଁ ବିଦ୍ୟାଳୟ ପରିସରରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ସ୍କୁଲର ପ୍ରଥମ ବର୍ଷର ଛାତ୍ର ଅମରେନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ହୋଇଥିବା ବେଳେ ସ୍କୁଲର ପ୍ରାକ୍ତନଶିକ୍ଷକ ଅଜୟ ପରିଡ଼ା ଏବଂ କୈଳାସ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ପୁରାତନ ଛାତ୍ର ସୁରେଶ ଚନ୍ଦ୍ର ଶଙ୍ଖୁଆ, ନିଶିକାନ୍ତ ମହାପାତ୍ର, ରବୀନ୍ଦ୍ର ପଣ୍ଡା, ମାନବେନ୍ଦ୍ର ନାୟକ, ତୁଷାରକାନ୍ତ ଭୂୟାଁ, ହେମେନ୍ଦ୍ର ପଣ୍ଡା, ଜୟନ୍ତ ଦାସ, ଜ୍ୟୋତିବିକାଶ ପାତ୍ର, ଜଗନ୍ନାଥ ବାସ୍କ, ଜଗବନ୍ଧୁ ବେସ୍ରା, ଶ୍ୟାମସୁନ୍ଦର ଟୁଡୁ, ରଘୁନାଥ ବେହେରା, ଜ୍ୟୋତିରଞ୍ଜନ ଦାସ, ପୁଷ୍କଜ୍ୟୋତି ମହାନ୍ତି ପ୍ରମୁଖ ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ ସ୍କୁଲର ଶିକ୍ଷକ ଭୋଳାନାଥ ସିଂ, ଦୀପକ ମିଶ୍ର, ରଶ୍ମିତା ଦାସ, ଭଗବାନ ବାଗ ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ଆଗାମୀ ୨୦୨୬ ମସିହାରେ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ରାଜନୀତିଠାରୁ ଉଦ୍ଧ୍ୱର୍ରେ ରହି ଏକତ୍ରିତ ହୋଇ ଏହି ସମାରୋହକୁ ପାଳନ କରିବାପାଇଁ ସମସ୍ତ ଛାତ୍ର ସମ୍ମତି ପ୍ରକାଶ କରାଯାଇଥବବା ବେଳେ ଆଗାମୀ ଜୁନ୍ ୨୯ରିଖରେ ଏହାର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି ।