ଏଟିଏମ୍ ନିକଟରେ ଜମୁଛି ପାଣି  

 ନୀଳଗିରି : ନୀଳଗିରି କେସି ହାଇସ୍କୁଲ ନିକଟ ଏସ୍ବିଆଇ ଏଟିଏମ୍ ସାମ୍ନାରେ ଜମି ରହିଛି ବର୍ଷା ପାଣି । ଯାହାଫଳରେ ଟଙ୍କା ଉଠାଣ ପାଇଁ ଗ୍ରାହକମାନେ ଯାଇପାରୁନଥିବାରୁ ଅସନ୍ତୋଷ ଦେଖାଦେଇଛି । ଗ୍ରାହକମାନେ ବୁଲିବୁଲି ଅଲଗା ବାଟ ଦେଇ ଏଟିଏମକୁ ଯାଇ ଟଙ୍କା ଉଠାଉଥିବା ଦେଖିବାକୁ ମିଳିଛି  । ଏହାବ୍ୟତୀତ ସେଠାରେ ଥିବା ୪/୫ଟି ଦୋକାନୀ ମଧ୍ୟ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବର୍ଷାପାଣି ନିଷ୍କାସନ ପାଇଁ ସଠିକ୍ ବ୍ୟବସ୍ଥା ନଥିବାରୁ ଏହି ସ୍ଥାନରେ ପାଣି ଜମି ରହୁଛି । ଏନ୍ଏସି କର୍ତ୍ତୃପକ୍ଷ ସମସ୍ତ ପ୍ରକାର ଟିକସ ଆଦାୟ କରୁଥିବା ବେଳେ ଏଥିପ୍ରତି ନଜର ନ ଦେବା ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପାଣି ନିଷ୍କାସନର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।