‘ଦାନା’ କ୍ଷୟକ୍ଷତିର ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍ 

ବାଲେଶ୍ୱର: ଦିନିକିଆ ବାଲେଶ୍ୱର ଗସ୍ତରେ ଆସି ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ବାତ୍ୟା ‘ଦାନା’ରେ ବିଶେଷ ଭାବେ ପ୍ରଭାବିତ ସୋର, ସିମୁଳିଆ ଓ ସଦର ବ୍ଲକ ଗୁଡିକୁ ପରିଦର୍ଶନ କରିଛନ୍ତି । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପି କେ ରାୟଙ୍କ ନେତୃତ୍ୱରେ ଏହି ଚାରି ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକୁ ପରିଦର୍ଶନ କରି କ୍ଷୟକ୍ଷତିର ପରିମାଣ ଏବଂ ଆବଶ୍ୟକ ଥଇଥାନ ପଦକ୍ଷେପର ମୂଲ୍ୟାଙ୍କନ କରିବା ପାଇଁ ପ୍ରଭାବିତ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ଏହି ଦଳରେ ବ୍ୟୟ ବିଭାଗ, ଅର୍ଥ ମନ୍ତ୍ରଣାଳୟର ଉପନିଦେ୍ର୍ଦଶକ ମହେଶ କୁମାର, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, ଅତିରିକ୍ତ ନିଦେ୍ର୍ଦଶକ ବାଲାଜୀ କେଏମ ଏବଂ ଓଡ଼ିଶା ସରକାରଙ୍କ ପାନୀୟ ଜଳ ଓ ପରିମଳ ବିଭାଗର ନିଦେ୍ର୍ଦଶକ ଭିନୀତ ଭରଦ୍ୱାଜ ପ୍ରମୁଖ ସାମିଲ ରହିଛନ୍ତି । ଏହି ସମୀକ୍ଷାରେ ସଡକ, ବିଦୁ୍ୟତ ଯୋଗାଣ, ରିଲିଫ ବଣ୍ଟନ ଏବଂ ଘର କ୍ଷୟକ୍ଷତି ସମେତ ଭିତ୍ତିଭୂମିର କ୍ଷତି ବିଷୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ଟିମ୍ ବିଶେଷ କରି କୃଷି ଜମି ଓ ଫସଲ ଉପରେ ପଡୁଥିବା ପ୍ରଭାବ ଉପରେ ଗୁରୁତ୍ୱାରୋପ କରିବା ସହିତ ଆବାସିକ ସମ୍ପତ୍ତିର କ୍ଷୟକ୍ଷତି ଓ ବାସିନ୍ଦାଙ୍କ ବିସ୍ଥାପନ ବିଷୟରେ ପଚାରି ବୁଝିଥିଲେ । ବାତ୍ୟା ପରବର୍ତ୍ତୀ ସମୟରେ ଅତ୍ୟାବଶ୍ୟକ ସେବା ଓ ରିଲିଫ ବଣ୍ଟନର ସ୍ଥିତି ସହିତ ପଶୁଧନର କ୍ଷତି ଓ ମତ୍ସ୍ୟଚାଷ ଜନିତ ପ୍ରଭାବ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏହି ଗସ୍ତ ସମୟରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଉପଜିଲ୍ଲାପାଳପ୍ରଥମେଶ ଅରବିନ୍ଦ ରାଜେସିର୍କେ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ  ସାଇ କୃଷ୍ଣ ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ୱର୍ଯ୍ୟା ସାମନ୍ତ, ସହକାରୀ କଲେକ୍ଟର ଅମ୍ଲାନ ନାୟକ ଏବଂ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।