ପାରମ୍ପରିକ ପୋଷାକ ପରିଧାନ ଦିବସ

 ବାଲେଶ୍ୱର : ଓଡିଶାର ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ପ୍ରସାର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ଏପ୍ରିଲ ୧ରୁ ଓଡ଼ିଶା ଦିବସ ୧୪ ଏପି୍ରଲ ପର୍ଯ୍ୟନ୍ତ ଓଡ଼ିଆ ନବବର୍ଷ ଯାଏଁ ପ୍ରଥମଥର କରି ପାଳନ ହେଉଥିବା ‘ଓଡ଼ିଆ ପକ୍ଷ, ୨୦୨୫’ର ତୃତୀୟ ଦିବସରେ ପାରମ୍ପରିକ ପୋଷାକ ପରିଧାନ ଦିବସ ରୂପେ ପାଳନ ହୋଇଛି  । ଉକ୍ତ ଅବସରରେ ଆମ ସ୍ୱାଭିମାନ ଓ ପରିଚୟ ବହନ କରୁଥିବା ସ୍ୱଦେଶୀ ପାରମ୍ପରିକ ପୋଷାକର ପ୍ରଚାର ପ୍ରସାର ନିମନ୍ତେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକ, ତହସିଲ, ମଣ୍ଡଳ, ଉପଖଣ୍ଡ ତଥା ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ପାରମ୍ପରିକ ପୋଷାକ ପରିଧାନ କରି ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ କ୍ରମେ ଫଟୋ ଓ ସେଲ୍ଫି ଉଠାଇ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି  । ଏହି ପରିପ୍ରେକ୍ଷୀରେ ହସ୍ତତନ୍ତ ପୋଷକ ପରିଧାନକୁ ଅଧିକ ଆଦୃତ କରିବା ସହ ପ୍ରଚାର ପ୍ରସାର କରିବା ପାଇଁ ହସ୍ତତନ୍ତ ପୋଷକ ପରିଧାନକୁ ଅଭ୍ୟାସରେ ପରିଣତ କରି ବୁଣାକାର ଓ ଗ୍ରାମ୍ୟ ଅର୍ଥନୀତିକୁ ଆହୁରି ସଶକ୍ତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ଅଂଶୀଦାର ହେବା ପାଇଁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ନିବେଦନ କରିଛନ୍ତି  ।