ରିମାଣ୍ଡ ଶେଷ ଜେଲ ଙ୍ଘଗଳ ନକଲି ଇନ୍ସପେକ୍ଟର

ରିମାଣ୍ଡ ଶେଷ ଜେଲ ଙ୍ଘଗଳ ନକଲି ଇନ୍ସପେକ୍ଟର
ରିମାଣ୍ଡ ଶେଷ ଜେଲ ଙ୍ଘଗଳ ନକଲି ଇନ୍ସପେକ୍ଟର

  • ଭୁବନେଶ୍ୱର, ୬ା୯ : ରିମାଣ୍ଡ ଶେଷ ଜେଲ ଗଲା ନକଲି ଇନ୍ସପେକ୍ଟର  । ଏବେ ସୁଦ୍ଧା ସୁବାଷଙ୍କ ନାମରେ ୫ ଜଣ ମହିଳା ଅଭିଯୋଗ କରିଛନ୍ତି । ଦୁଇ ଦିନିଆ ରିମାଣ୍ଡରେ ଥିବା ସୁବାଷର ଅବଧ ଶୁକ୍ରବାର ଦିନ ଶେଷ ହେବା ପରେ ତାଙ୍କୁ ଝାରପଡା ଜେଲ ହାଜତକୁ ପଠାଇ ଦିଆଯାଇଛି । ଏନେଇ ଖଣ୍ଡଗିରି ଥାନା ଅଧିକାରୀ ଅଭିମନୁ୍ୟ ଦାସ କହିଛନ୍ତି ଯେ, ଏନେଇ ଆଉ ଅଭିଯୋଗ ଆସିନାହିଁ । ଅଭିଯୋଗ ଆସିବା ପରେ ତାକୁ ପୁଣି ରିମାଣ୍ଡରେ ଆଣିବାକୁ ଚେଷ୍ଟା କରିବୁ  । ହେଲେ ଆଶ୍ଚର୍ଯ୍ୟର କଥା ଯେ, ସୁବାଷଙ୍କ ବୟସ ୫୫ ବର୍ଷ ହୋଇଥିଲେ ମଧ୍ୟ ସେ କିଭଳି ଭାବେ ନିଜକୁ ପୁଲିସ ଇନ୍ସପେକ୍ଟର ଓ ସିଆଇଏସଏଫ ଅଫିସର ପରିଚୟ ଦେଇ ଠକେଇ କରୁଥିଲା ତାହା ପୁଲିସକୁ ଆଶ୍ଚର୍ଯ୍ୟ ଚକିତ କରିଛି । ସୁବାଷ ବ୍ରହ୍ମପୁର ବସରେ ଯିବା ସମୟରେ ଡୁମୁଡୁମାର ସୁବ୍ରତ କୁମାର ରଣାଙ୍କ ପତ୍ନୀ ପୁଷ୍ପାଞ୍ଜଳି ପୁଷ୍ଟିଙ୍କୁ ପ୍ରେମ ଜାଲରେ ଫସାଇବା ସହ ନିଜକୁ ପୁଲିସ ଇନ୍ସପେକ୍ଟର ପରିଚୟ ଦେଇଥିଲା । ପରେ ତାଙ୍କଠାରୁ ୧୦ଲକ୍ଷ ଟଙ୍କା ଠକେଇ କରିଥିଲେ । ଏଭଳି ସାଂଘାତିକ ତଥ୍ୟ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଥିଲେ । ଠକ ସୁବାଷ ବିଶେଷ କରି ମହିଳାମାନଙ୍କୁ ଟାର୍ଗେଟ କରୁଥିଲା । ନିଜକୁ ଲକ୍ଷ୍ମୀସାଗର ଥାନାର ପୁଲିସ ଇନ୍ସପେକ୍ଟର ପରିଚୟ ଦେଇ ଠକେଇ କରୁଥିଲା । ଏହିଭଳି ସେ ବହୁ ଲୋକଙ୍କୁ ଠକେଇ କରିବା ଓ ମହିଳାମାନଙ୍କ ସହ ଶାରୀରିକ ସଂପର୍କ ରଖିବା ଘଟଣା ପରିବାର ଲୋକେ ଜାଣିବା ପରେ ତାଙ୍କ ସହ ଆଉ ସଂପର୍କ ରଖିନଥିଲେ । ଗିରଫ ସୁବାଷ ଏହିଭଳି ୫ ଜଣ ମହିଳାଙ୍କୁ ବିବାହ କରିବା ସହ ତାଙ୍କଠାରୁ ଠକେଇ କରିଛନ୍ତି  । ସେ ରାଉରକେଲାରେ  ରହୁଥିବାରୁ କମିଶନରେଟ୍‌ ପୁଲିସର ଦୁଇ ଜଣିଆ ଟିମ ରାଉରକେଲା ଯାଇ ଘଟଣାର ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ତାଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ ଜିନିଷପତ୍ର ଜବତ କରିଛି  ।