ବିମାନବନ୍ଦରରୁ ୭କୋଟିର ମାରିଜୁଆନା ଜବତ; ଜଣେ ଅଟକ
ଭୁବନେଶ୍ୱର, ୧୮ା୧ : ଆଜି ବିମାନବନ୍ଦରରୁ ୭ କୋଟିର ମାରୁଜୁଆନା ଜବତ କରିଛି କଷ୍ଟମ ବିଭାଗ । ବ୍ୟାଙ୍କକକ୍ରୁ ଆସୁଥିବାବେଳେ ମାଡି ବସିଲା କଷ୍ଟମ ବିଭାଗର ସ୍ୱତନ୍ତ୍ର ଟିମ୍ ।
ସୂଚନାଯୋଗ୍ୟ ଯେ, ଶନିବାର ଦିନ ଭୁବନେଶ୍ୱର ବିମାନବନ୍ଦରରୁ ଇଣ୍ଡିଗୋ ବିମାନରୁ ୭ କୋଟିର ମାରିଜୁଆନା ସହ ଧରାପଡିଲେ ଜଣେ ଅଭିଯୁକ୍ତ । ପରେ ବ୍ୟକ୍ତିଙ୍କୁ ଉଠାଇ ନେଇଛି କଷ୍ଟମ ବିଭାଗର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍ । ସେଠାରେ ତାଙ୍କୁ ପଚରା ଉଚରା ଚଳାଇଥିବା ବେଳେ,୧୫ ଦିନ ଭିତରେ ବିମାନବନ୍ଦରରୁ ପାଖାପାଖି ୧୫ କୋଟି ଟଙ୍କାର ମାରିଜୁଆନା ଜବତ ହେଲାଣି । ବ୍ୟାଙ୍କକ ଓ କ୍ୱାଲାଲମପୁରରୁ ପୂର୍ବରୁ ଆସୁଛି ଏହି ଦାମୀ ନିଶା । ପୂର୍ବରୁ ୨ ଜଣ ମହିଳା ଓ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ବିମାନବନ୍ଦର ବର୍ତ୍ତମାନ ନିଶା କାରବାରର ଗେଟୱେ ପାଲଟିଥିବା ଚର୍ଚ୍ଚା ଜୋର ଧରିଛି । ସେପଟେ ଏସବୁର ମାଷ୍ଟରମାଇଣ୍ଡ ଓ ଇଣ୍ଟର ନ୍ୟାସନ୍ୟାଲ ଲିଙ୍କ ନେଇ ଖୋଲତାଡ଼ ଚଳାଇଛି କଷ୍ଟମ ବିଭାଗ ।