ରେଡକ୍ରସ୍ ମହିଳା ସ୍ୱେଚ୍ଛାସେବୀଙ୍କ ରାୟଗଡ଼ା ଯାତ୍ରା

 ନବରଙ୍ଗପୁର : ଭାରତୀୟ ରେଡକ୍ରସ୍  ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଆନୁକୂଲ୍ୟରେ ମହିଳା କଲେଜରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆ ସ୍ୱାସ୍ଥ୍ୟ ଓ ସୁସ୍ଥତା କର୍ମଶାଳାରେ ଯୋଗଦାନ କରିବା ପାଇଁ ନବରଙ୍ଗପୁର ଜିଲ୍ଲାର ଯୁବ ରେଡକ୍ରସର ମହିଳା ସ୍ୱେଚ୍ଛାସେବୀ ଓ କଣ୍ଟିଜେଣ୍ଟ କାଉନସେଲର ଯାତ୍ରା କରିଛନ୍ତି । ଜିଲ୍ଲା ଯୁବ ରେଡକ୍ରସ ଅଧ୍ୟକ୍ଷ ଡ. ଗୋବିନ୍ଦ ରାଓ ଓ ରେଡକ୍ରସ୍ ଲାଇଫ୍ ମେମ୍ବର ଜଗନ୍ନାଥ ମହାପାତ୍ର ଯାତ୍ରାକୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିବା ସହ ସଫଳତାପୂର୍ଣ୍ଣ କ୍ୟାମ୍ପ ପାଇଁ ଶୁଭେଚ୍ଛା ଜଣାଇଥିଲେ । ପ୍ରଥମ ଥର ପାଇଁ ଓଡିଶାର ଆକାଂକ୍ଷା ଜିଲ୍ଲା ର ମହିଳା ସ୍ୱେଚ୍ଛାସେବୀନଙ୍କ ସ୍ୱାସ୍ଥ୍ୟ ଓ ସୁସ୍ଥତା ସମ୍ପର୍କରେ ଆୟୋଜିତ କର୍ମଶାଳା ମହିଳା ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଯଥେଷ୍ଟ ସଚେତନତା ସୃଷ୍ଟି ହୋଇପାରିବ ବୋଲି ସମାଜସେବୀ ଶ୍ରୀ ମହାପାତ୍ର ମତ ପ୍ରକାଶ କରିଥିଲେ । ଏହି ଅଭିଯାନ ଜିଲ୍ଲା ସମ୍ପାଦକ ଦିଲ୍ଲୀପ ହୋତା ଓ ଜିଲ୍ଲା ସଂଯୋଜକ ଅଖିଳ ଭଟ୍ଟଙ୍କ ତତ୍ୱାବଧାନରେ ଶମ୍ଭୁ ପ୍ରସାଦ ହୋତ୍ତା, ଜିତେନ୍ଦ୍ର ରଥ, ଶଙ୍କର ପ୍ରସାଦ ଗନ୍ତାୟତ, ନମିତା ମହାପାତ୍ର ଓ ନିର୍ମଳା ହିକିକାଙ୍କ ସକ୍ରିୟ ସହଯୋଗ ରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଉମରକୋଟ ଏସ୍ଟି ଉଚ୍ଚ ମାଧ୍ୟମିକ ସ୍କୁଲ, ଭୈରବ ସ୍ନାତକ କଲେଜ-ଡାବୁଗାଁ, ଜାମୁରଣ୍ଡା ଉଚ୍ଚ ମାଧ୍ୟମିକ ସ୍କୁଲ ଓ ନବରଙ୍ଗପୁର ସ୍ନାତକ କଲଜେର  ୨୫ ଜଣ ସ୍ୱ?ଚ୍ଛାସେବୀ  ଓ ଦୁଇ କାଉନସିଲର ମନୀଷା ସରକାର ଓ ଅନିନ୍ଦିତା ରାୟ  ଶିବିରରେ ଯୋଗଦାନ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ଆଗାମୀ ୩୦ ଏବଂ ୩୧ ତାରିଖ ଦୁଇଦିନିଆ ସ୍ୱାସ୍ଥ୍ୟ ଓ ସୁସ୍ଥତା ଶିବିର ୪ ଜିଲ୍ଲା ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାର ୨୦୦ ସ୍ୱେଚ୍ଛାସେବୀଙ୍କୁ ନେଇ ମହିଳା କଲେଜ ରାୟଗଡ଼ା ଦ୍ୱାରା ଆୟୋଜିତ ହେଉଛି ।