ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
ଧର୍ମଶାଳା : ଧର୍ମଶାଳା ବ୍ଲକ ଚୋରମୁହାଁ ପଞ୍ଚାୟତ ବଡମଙ୍ଗଳପୁର ଗଡାସ୍ଥିତ ଦୁଇ ଗୋଟି ଦୋକନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ବଡମଙ୍ଗଳପୁର ଗ୍ରାମର ମଦନ ମୋହନ ନାୟକ ନିଜ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମୁଣ୍ଡରେ ନିଜ ଜାଗାରେ ଘର କରି ସିମେଣ୍ଟ ଦୋକାନ କରିବା ସହ ଏକ ଦୋକାନ ଘରକୁ ଭଡା ସୂତ୍ରରେ ସ୍ଥାନୀୟ ଚୋରମୁହାଁ ଗ୍ରାମର ମନୋଜ କୁମାର ମହାରଣାଙ୍କୁ ଦେଇଛନ୍ତି । ମଦନ ନିଜେ ସେଠାରେ ଏକ ସିମେଣ୍ଟ ଦୋକାନ କରିଥିବା ବେଳେ ଭଡା ସୁତ୍ରରେ ଘର ନେଇଥିବା ମନୋଜ ଏକ ଫର୍ଣ୍ଣିଚର ତିଆରି ଦୋକାନ କରିଛନ୍ତି । ତେବେ ଗତକାଲି ଉଭୟ ଦୋକାନୀ ଦୋକାନ ବନ୍ଦ କରି ରାତିରେ ଘରକୁ ଯାଇଥିବା ବେଳେ କେହି ଦୃର୍ବୁତ ଗତକାଲି ବିଳମ୍ବିତ ରାତିରେ ସିମେଣ୍ଟ ଦୋକାନ ଗ୍ରିଲର ତାଲା ଭାଙ୍ଗି ଦୋକାନରେ ପସି ୨୦ହଜାର ଟଙ୍କା କ୍ୟାସ ଚୋରି କରିବା ସହ ସେଠାରେ ଥିବା ଫଣିଚର୍ସ ଦୋକାନରେ ଚାବି ଆଣି ଦୋକାନ ଖୋଲି ଲକ୍ଷାଧିକ ଟକା ମୁଲ୍ୟର ବିଭିନ୍ନ ଇଲେକ୍ଟ୍ରି କଲର ମେସିନ ସାଇଁଣ୍ଡର, ଡ୍ରିଲ ମେସିନ ଓ ରନ୍ଦା ମାରିବା ମେସିନ ଆଦି ବିଭିନ୍ନ ହତିଆର ଚୋରୀ କରି ନେଇଛନ୍ତି । ଆଜି ସକାଳେ ଏହା ଜଣାପଡିବା ପରେ ଉଭୟ ଦୋକାନୀ ମଦନ ଓ ମନୋଜ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ୫୩୦/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ତେବେ ବାରମ୍ବାର ଧର୍ମଶାଳା ଅଞ୍ଚଳରେ ଏଭଳି ଚୋରୀ ବୃଦ୍ଧି ପାଉଥିବା ବେଳେ ଚୋରକୁ ଧରିବାରେ ପୁଲିସ ସକ୍ଷମ ହୋଇପାରୁନଥିବାରୁ ଚୋରୀ ବଢିବାରେ ଲାଗିଛି ।