ବୁଗୁଡା ପିପୁଲ୍ସ କଲେଜ ଚାମ୍ପିଅନ
ବୁଗୁଡ଼ା: ଜାତୀୟ କ୍ରୀଡା ଦିବସରେ ବୁଗୁଡ଼ା ଶ୍ରୀକର ଭଞ୍ଜ ସ୍ପୋର୍ଟ୍ସ ଆଣ୍ଡ କଲ୍ଚରାଲ ଆସୋସିଏସନ୍ ଆନୁକୂଲ୍ୟରେ ୧୭ ବର୍ଷ ବୟସରୁ କମ ପ୍ରତିଯୋଗୀଙ୍କୁ ବ୍ଲକସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି । ପ୍ରତିଯୋଗିତାକୁ ଆସୋସିଏସନ ସଭାପତି ଡ. ସୁବାସ ଚନ୍ଦ୍ର ପରିଡା ଉଦ୍ଘାଟନ କରିଥିବା ବେଳେ, ସମ୍ପାଦକ ଅନିଲ ପଟ୍ଟନାୟକ, ସହସମ୍ପାଦକ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଯୋଗଦେଇ ଥିଲେ । ବାଳକ ବିଭାଗରେ ୮ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ, ଫାଇନାଲ ମ୍ୟାଚରେ ବୁଗୁଡ଼ା ପିପୁଲ୍ସ ଉଚ୍ଚ ମାଧ୍ୟମିକ ସ୍କୁଲ ଦଳ ତାଳସାକର ହାଇସ୍କୁଲକୁ ହରାଇ ଚାମ୍ପିଅନ୍ ହୋଇଥିବା ବେଳେ, ବାଳିକା ବିଭାଗରେ ଅଂଶ ଗ୍ରହଣ କରିଥିବା ୪ ଦଳ ମଧ୍ୟରୁ ଫାଇନାଲରେ ବୁଗୁଡ଼ା ପିପୁଲ୍ସ ଉଚ୍ଚ ମାଧ୍ୟମିକ ସ୍କୁଲର ବାଳିକା ଦଳ ବାଲିପଦର ଅହଲ୍ୟା ଦେବୀ ଉଚ୍ଚ ମାଧ୍ୟମିକ ସ୍କୁଲ ଦଳକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲା । ମୁଖ୍ୟଅତିଥି ମିଡିଆ କ୍ଲବ୍ ସଭାପତି ଅନିଲ ପଟ୍ଟନାୟକ ଓ ସମ୍ମାନିତଅତିଥି ସହସମ୍ପାଦକ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, କ୍ରୀଡାବିତ୍ କିଶୋର ଚନ୍ଦ୍ର ପଣ୍ଡା ଯୋଗଦେଇ ଉଭୟ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ । କ୍ରୀଡା ପ୍ରଶିକ୍ଷକ କ୍ରିଷ୍ଣା ରାଓ ପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ରେଫେରୀ ଭାବେ ହରିହର ବିଶ୍ୱାଳ, ରବୀନ୍ଦ୍ର ବେହେରା, ସ୍ୱରାଜ ସାହୁ ଓ ସ୍କୋରର ଭାବେ ଦୀପକ ସାହୁ, ଲାଇନମ୍ୟାନ ଅକ୍ଷୟ ନାୟକ, ଅଜୁ ଭୂୟାଁ ଦାୟିତ୍ୱ ତୁଲାଇ ଥିବା ବେଳେ, ବାଦଲ ଭୂୟାଁ, ସନ୍ତୋଷ ଖଣ୍ଡେଇ, ଜଗନ୍ନାଥ ମହାନ୍ତି, କେ ଶ୍ରୀନିବାସ ଦୋରା, ଭଞ୍ଜ କିଶୋର ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ ।