ଜାତୀୟ ଶିକ୍ଷାନୀତି ପ୍ରତ୍ୟାହାର ଦାବ
ାା ପ୍ରଭାନୁ୍ୟଜ ।ା କଟକ: ମୁଖ୍ୟମନ୍ତ୍ରୀ ଜାତୀୟ ଶିକ୍ଷାନୀତି -୨୦୨୦କୁ ଓଡ଼ିଶାରେ ଲାଗୁ ହେବ କହି ରାଜ୍ୟରେ ୪ ବର୍ଷିଆ ଡିଗ୍ରୀ କୋର୍ସ ପ୍ରଚଳନ ସହ ଏକାଧିକ ପ୍ରବେଶ ଏବଂ ପ୍ରସ୍ଥାନ ବ୍ୟବସ୍ଥା ଲାଗୁ ହେବ ବୋଲି ଘୋଷଣା କରିଛନ୍ତି । ଏହି ୪ ବର୍ଷିଆ ଡିଗ୍ରୀ କୋର୍ସ ଓ ଏକାଧିକ ପ୍ରବେଶ ଏବଂ ପ୍ରସ୍ଥାନ ବ୍ୟବସ୍ଥା ଉଚ୍ଚ ଶିକ୍ଷାକୁ ସଂପୂର୍ଣ୍ଣ ଧ୍ୱସଂ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଏକ ଦିଗହରା ଢାଞ୍ଚା ମଧ୍ୟକୁ ଠେଲିଦେବ ବୋଲି କହି ଏଆଇଡିଏସଓ କାର୍ଯ୍ୟ ସଭାପତି ସୋମନାଥ ବେହେରା ସଂପାଦକ ସିଦ୍ଧାର୍ଥ ରଥ ଏହାକୁ ଦୃଢ଼ ବିରୋଧ କରିଛନ୍ତି । ଏଆଇଡିଏସଓ ପକ୍ଷରୁ କୁହାଯାଇଛି ଯେ, କୌଣସି ଆଲୋଚନା ନ କରି ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବରେ ଚଳିତ ଶିକ୍ଷାବର୍ଷ ମଝିରେ ୪ ବର୍ଷିଆ ଡିଗ୍ରୀ କୋର୍ସ ଲାଗୁ କରିଛନ୍ତି । ଯେତେବେଳେ କି ଛାତ୍ରଛାତ୍ରୀମାନଙ୍କର ନାମଲେଖା ସମାପ୍ତ ହୋଇ ଅଗଷ୍ଟ ମାସରୁ ପାଠପଢ଼ା ଆରମ୍ଭ ହୋଇଯାଇଛି, ସେତେବେଳେ ଏହି ୪ ବର୍ଷିଆ ଡିଗ୍ରୀ କୋର୍ସ ସହିତ ଏକାଧିକ ପ୍ରବେଶ ଏବଂ ପ୍ରସ୍ଥାନ ପାଠପଢ଼ା କଥା କୁହାଯାଇଛି । ଏହିଭଳି ଅତ୍ୟନ୍ତ ଜଟିଳ ଏବଂ ଦିଗହରା ଢ଼ାଞ୍ଚାକୁ ଏଆଇଡିଏସଓ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି ୨୦୨୦କୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ସହ ୪ବର୍ଷିଆ ଡିଗ୍ରୀ କୋର୍ସ ପ୍ରଚଳନ ବନ୍ଦ କରିବା ପାଇଁ ଏଆଇଡିଏସଓ ପକ୍ଷରୁ ଦାବି କରାଯାଇଛି ।