ଯନ୍ତ୍ରୀଙ୍କୁ ଫୋନ ପେ'ରେ ଲାଞ୍ଚ ଅଭିଯୋଗ
କାକଟପୁର : ଅସ୍ତରଙ୍ଗ ଅଞ୍ଚଳରେ ଏକ ସୋସିଆଲ ମିଡ଼ିଆର ଭାଇରଲକୁ ନେଇ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଅସ୍ତରଙ୍ଗ ବ୍ଲକର ଜଣେ ମହିଳା ଯନ୍ତ୍ରୀ ରାଜଶ୍ରୀ ବେହେରା ଜଣେ ଗୋପାଳକ ଚାଷୀଙ୍କ ନିକଟରୁ ନେଇଛନ୍ତି ୩ହଜାର ଟଙ୍କା ଲାଞ୍ଚ । ସୂଚନା ମୁତାବକ ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତର ଦୁର୍ଯ୍ୟଧନ ନାୟକ ନାମକ ଜଣେ କୃଷକ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆବେଦନ କରିଥିଲେ ଅସ୍ତରଙ୍ଗ ପଶୁ ସମ୍ପଦ କାର୍ଯ୍ୟାଳୟ ମାଧ୍ୟମରେ, ସମସ୍ତ କାଗଜପତ୍ର ପୈଠ କରିବା ପରେ ଅସ୍ତରଙ୍ଗ ପଶୁ ଚିକିସôାଳୟର ଅତିରିକ୍ତ ଅଧିକାରୀ ଡ଼ଃ ରାଜେଶ୍ ମହାପାତ୍ରଙ୍କୁ ଭେଟିବା ପରେ ଗୁହାଳ ନିର୍ମାଣର ଖର୍ଚ୍ଚ ଅଟକଳ ପାଇଁ ଜଣେ ଯନ୍ତ୍ରୀଙ୍କ ଅନୁମୋଦନ ଆବଶ୍ୟକତା ବୋଲି କହିଥିଲେ ଓ ପରିବର୍ତ୍ତେ ଅସ୍ତରଙ୍ଗ ବ୍ଲକ ସରକାରୀ ମହିଳା ଯନ୍ତ୍ରୀ ରାଜଶ୍ରୀ ବେହେରାଙ୍କ ନିକଟକୁ ପଠାଇଥିଲେ ବୋଲି ଦୁର୍ଯ୍ୟୋଧନ ନାୟକ ଅଭିଯୋଗ ଆଣିଛନ୍ତି । ଏହି ସଂକ୍ରାନ୍ତରେ ମହିଳା ଯନ୍ତ୍ରୀ ଜଣଙ୍କ କାର୍ଯ୍ୟ ବାବଦକୁ ୫ ହଜାର ଟଙ୍କା ପ୍ରଥମେ ଲାଞ୍ଚ ମାଗିଥିଲେ, କୃଷକ ଜଣଙ୍କ ଏତେ ପଇସା ଦେଇପାରିବିନି ବୋଲି କହିବାରୁ ମହିଳା ଯନ୍ତ୍ରୀ ତାଙ୍କ କାର୍ଯ୍ୟ କରିବେନି ବୋଲି କହିଥିଲେ । ପରବର୍ତ୍ତୀ ସମୟ ରେ ୧୦ ତାରିଖ ବୁଧବାର ମଧ୍ୟାହ୍ନ ୧୨ ଘଟିକା ୧୬ ମିନିଟରେ ଫୋନ ପେ ମାଧ୍ୟମ ରେ ୩ହଜାର ଟଙ୍କା ପଠେଇଥିଲେ । ପରିଶେଷରେ ଦୁର୍ଯ୍ୟୋଧନ ନାୟକଙ୍କ ଅଟକି ଥିବା କାମ ହୋଇଥିଲା କିନ୍ତୁ ନାୟକ ଜଣେ ବିଶ୍ୱ ହିନ୍ଦୁ ପରିଷଦର ସଭ୍ୟ ଆଉ ଆମରି ଡବଲ ଇଞ୍ଜିନ ସରକାରଙ୍କ ଶାସନ ସମୟରେ ମୋ ଭଳି ଜଣେ ଦିନ ମଜୁରିଆ ଚାଷୀଙ୍କ ଠୁ କାଗଜପତ୍ର କାମ ପାଇଁ ଜଣେ ସରକାରୀ ଯନ୍ତ୍ରୀ ମୋଠୁ ଲାଞ୍ଚ ନେଉଛନ୍ତି ତାହେଲେ ପରୋକ୍ଷରେ ଆଉ ଅନ୍ଧାରୀ ବିଜେ କାଇଁ ହେଉନଥିବ ବୋଲି ୍ଷୋଭ ପ୍ରକାଶ କରିଛନ୍ତି । ଶେଷରେ ସାମାଜିକ ଗଣମାଧ୍ୟମର ସାହାରା ନେଇ ସୋସିଆଲ ମିଡ଼ିଆରେ ନିଜ ଅଭିଯୋଗ ସହିତ ସରକାରୀ ଯନ୍ତ୍ରୀଙ୍କ ଫୋନପେ ରସିଦକୁ ପୋଷ୍ଟ କରିଛନ୍ତି । ଏହାକୁ ଅସ୍ତରଙ୍ଗ ଅଞ୍ଚଳରେ ଦୃଢ ନିନ୍ଦା କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ କରାଯାଇଛି । ଏ ସଂକ୍ରାନ୍ତରେ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ମୋବାଇଲ ଲାଗିନଥିଲା ।