ରେଲୱେ କର୍ମଚାରୀଙ୍କ କ୍ବାଟର୍ସକୁ ଗୁଳି ମାଡ଼

 ରେଲୱେ କଲୋନୀରେ ଗୁଳିମାଡ଼ । ଝାରସୁଗୁଡ଼ା ରେଲୱେ କର୍ମଚାରୀଙ୍କ କ୍ୱାଟରକୁ କିଛି ଅଜଣା ଯୁବକମାନେ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ୬ ରାଉଣ୍ଡ ଗୁଳିଚାଳନା କରିଛନ୍ତି ଦୁର୍ବୃତ୍ତ । ଗଣେଶ  ପୂଜା ଭସାଣିକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ଜଣାପଡିଛି । ସୂଚନାମୁତାବକ, ଗତକାଲି ରେଲୱେ କଲୋନୀରେ ଗଣେଶ ବିସର୍ଜନ ପାଇଁ ପ୍ରୋସସନ୍ ଚାଲିଥିଲା ।  ରାତି ପ୍ରାୟ ୧୦ରୁ ୧୧ଟା ଭିତରେ କଲୋନୀର କିଛି ଯୁବକ ଓ ରେଲୱେ କଲୋନୀରେ ରହୁଥିବା ସୋହନ ସୁନା ଓ ସୁଶାନ୍ତଙ୍କ ମଧ୍ୟରେ ବଚସା ହୋଇଥିଲା ।  ଏହାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ସେମାନେ ରେଲୱେ କଲୋନିରେ ଥିବା ସରକାରୀ କ୍ୱାର୍ଟର୍ସ ଉପରେ ୬ ରାଉଣ୍ଡ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପହଂଚି ଝାରସୁଗୁଡା ଏସପି ଓ ଏସଡିପିଓ ତଦନ୍ତ ଆରମ୍ଭ କରିଛନ୍ତି ।  ଏହାସହ ଜିଆରପି ପୋଲିସ ମଧ୍ୟ ତଦନ୍ତ କରୁଛି ।