ରେଳ ଫାଟକ କ୍ରସିଂ ସମୟରେ ବେନିୟମ ଭାବେ ଯାଆନ୍ତୁ ନାହିଁ

ଭୁବନେଶ୍ୱର : ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଲେଭଲ୍‌ କ୍ରସିଂ (ଏଲ୍ସି) ଗେଟ୍‌ ଉଲ୍ଲଂଘନ ଏବଂ ସଡକ ଯାନ ଦ୍ୱାରା ଗେଟ୍‌ ଭାଙ୍ଗିବା ଘଟଣା ବୃଦ୍ଧି ଘଟଣା ସମ୍ବନ୍ଧରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛି, ଯାହା କେବଳ ଜୀବନକୁ ବିପଦରେ ପକାଏନାହିଁ ବରଂ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳରେ ଟ୍ରେନ ସେବାରେ ବାଧା ଏବଂ ବିଳମ୍ବ ସୃଷ୍ଟି କରୁଛି ଓ ଅନେକ କ୍ଷେତ୍ରରେ, ଫାଟକ ବନ୍ଦ ହେବା ପରେ କିମ୍ବା ବନ୍ଦ ହେଉଥିବା ସମୟରେ ମଧ୍ୟ ସଡକ ବ୍ୟବହାରକାରୀମାନେ ଜୋରଜବରଦସ୍ତି ଏଲ୍ସି ଗେଟ୍‌ ପାର କରିବାକୁ ଚେଷ୍ଟା କରନ୍ତି, ଯାହା ଫଳରେ ବୁମ୍‌ ବାରିୟର ଏବଂ ସିଗନାଲ ବିଫଳତା କ୍ଷତି ହୁଏ ଓ  ଏହି ଦାୟିତ୍ୱହୀନ ଆଚରଣ ଟ୍ରେନ ଚଳାଚଳର ସମୟାନୁବର୍ତ୍ତିତାକୁ କ୍ଷତି ପହଞ୍ଚାଉଥିବାବେଳେ ଟ୍ରେନ ପରିଚାଳନାରେ ବାଧା ଏବଂ ଧନ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ଓ ୨୦୨୪ ମସିହାରେ ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ଅଧୀନରେ ଲେଭଲ୍‌ କ୍ରସିଂ ଗେଟ୍‌ ଭାଙ୍ଗିବାର ମୋଟ ୧୧୩ଟି ଘଟଣା ରିପୋର୍ଟ କରାଯାଇଥିଲା ଯାହା ମଧ୍ୟରୁ ୯୨ ଜଣଙ୍କୁ ଗିରଫ କରାଯାଇଥିଲା ଓ ୨୦୨୪ ମସିହାରେ (୮ ଅକ୍ଟୋବର ପର୍ଯ୍ୟନ୍ତ), ୮୮ଟି ଏପରି ଘଟଣା ରିପୋର୍ଟ କରାଯାଇଥିଲା ଏବଂ ୭୨ ଜଣଙ୍କୁ ଗିରଫ କରାଯାଇଥିଲା ଓ ସେହିପରି, ୨୦୨୫ ମସିହାରେ (୮ ଅକ୍ଟୋବର ପର୍ଯ୍ୟନ୍ତ), ୬୪ଟି ଲେଭଲ୍‌ କ୍ରସିଂ ଗେଟ୍‌ ଭାଙ୍ଗିବା ଘଟଣା ରେକର୍ଡ କରାଯାଇଛି । ଖୋର୍ଦ୍ଧା ରୋଡ୍‌ ରେଳମଣ୍ଡଳ ନିରାପତ୍ତା ବିଭାଗ ଏବଂ ରେଳବାଇ ସୁରକ୍ଷା ବଳ (ଆରପିଏଫ) କର୍ମଚାରୀଙ୍କ ଦ୍ୱାରା ପରିଚାଳିତ କ୍ରମାଗତ ସଚେତନତା ଅଭିଯାନ ଏବଂ ଲେଭଲ୍‌ କ୍ରସିଂରେ ସଡକ ବ୍ୟବହାରକାରୀଙ୍କ ନିରନ୍ତର ପରାମର୍ଶ ପରେ ମଧ୍ୟ ନିୟମ ଉଲ୍ଲଂଘନକାରୀଙ୍କ ଦ୍ୱାରା ଏପରି ଘଟଣା ଜାରି ରହିଛି ଓ ଖୋର୍ଦ୍ଧା ରୋଡ଼ ରେଳ ପ୍ରଶାସନ ପୁଣି ଥରେ ଜନସାଧାରଣଙ୍କୁ ଲେଭଲ୍‌ କ୍ରସିଂ ନିକଟକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବା ସହ ରେଳବାଇକୁ ସହଯୋଗ କରିବାକୁ ଅନୁରୋଧ କରିଛି ।