ବିଦ୍ୟାର୍ଥୀଙ୍କ ପରିବର୍ତ୍ତେ ପରୀକ୍ଷା ଦେଲେ ଅଭିଭାବକ

ବିଦ୍ୟାର୍ଥୀଙ୍କ ପରିବର୍ତ୍ତେ ପରୀକ୍ଷା ଦେଲେ ଅଭିଭାବକ

କାକଟପୁର : ଦିନକୁ ଦିନ ଅସ୍ତରଙ୍ଗ ଅଞ୍ଚଳରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ନେଇ ଅନେକ ମତଭେଦ ସାମ୍ନାକୁ ଆସିବାକୁ ଲାଗିଛି । ବର୍ତ୍ତମାନ ରାଜ୍ୟରେ ମୋହନ ସରକାରଙ୍କ ବିଭିନ୍ନ ବ୍ୟବସ୍ଥା ଉପରେ ପରିବର୍ତ୍ତନ ଆଣି ଉନ୍ନତମାନର କରିବାକୁ ପ୍ରୟାସ କରୁଛନ୍ତି ତା ଭିତରେ ଶିକ୍ଷା ବ୍ୟବସ୍ଥା ଅନ୍ୟତମ, ଅଙ୍ଗନବାଡି ପରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବର୍ତ୍ତମାନ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ଗୁରୁତ୍ୱ ଦେଇ ଆସୁଛନ୍ତି କାରଣ ପ୍ରାଥମିକ ସ୍ତରରେ ଛାତ୍ରଛତ୍ରୀ ମାନଙ୍କ ମାନ ନିରୂପଣ ସଠିକ ଭାବେ ହୋଇପାରିଲେ ଭବିଷ୍ୟତରେ ସେ ଜଣେ ଉଚ୍ଚଶିକ୍ଷିତ ଏବଂ ସୁନାଗରିକ ହୋଇପାରିବେ ଏଥିରେ କୌଣସି ସନ୍ଦେହ ନାହିଁ । ସେଥିପାଇଁ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାର୍ଥୀ ମାନଙ୍କୁ ଉଚ୍ଚ କୋଟିର ଶିକ୍ଷା ପ୍ରଦାନ ସହିତ ସେମାନଙ୍କ ଜୀବନଶୈଳୀକୁ ସୁପରିଚାଳନା କରିବା ପାଇଁ ସରକାର ପ୍ରତ୍ୟେକ ବର୍ଷ ଆର୍ଥିକ ବଜେଟରେ କୋଟି କୋଟି ଟଙ୍କା ଅର୍ଥ ନିବେଶ କରିବା ସହିତ ବିଦ୍ୟାଳୟ ଗୁଡିକର ଭିତିଭୂମି ବିକାଶ କରିବାକୁ ସଦା ସର୍ବଦା ପ୍ରଚେଷ୍ଟା ଜାରୀ ରଖିଥିବା ବେଳେ ଅସ୍ତରଙ୍ଗ ସ୍ଥିତ ଅଣଚମ୍ପା ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏକ ବଡ ଅଭିଯୋଗ, ସୂଚନା ମୁତାବକ ସେପ୍‌ଟେମ୍ବର ୨୪ ତାରିଖରେ ବିଦ୍ୟାଳୟରେ ପରୀକ୍ଷା ଚାଲିଥିଲା ସମୟରେ ପ୍ରଧାନଶିକ୍ଷକ ଅଶୋକ ସେନାପତିଙ୍କ ସହଯୋଗରେ କିଛି ବିଦ୍ୟାର୍ଥୀଙ୍କ ଅଭିଭାବକ ମାନେ ଆସି ସିଧା ପରୀକ୍ଷା ଶ୍ରେଣୀ ଗୃହ ଭିତରେ ସେମାନଙ୍କ ପିଲା ମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିଛନ୍ତି, ଯାହା ସମ୍ପୂର୍ଣ୍ଣ ବେଆଇନ ଓ ଶିକ୍ଷା ଆଇନକୁ ଉଲଙ୍ଘନ କରିଛି, ଏହି ସମୟରେ ଗ୍ରାମର କିଛି ଅଭିଭାବକ ଯଥା ଟିକିନା ବସ୍ତିଆ, ସନ୍ଧ୍ୟାରାଣୀ ମୁଦୁଲୀ, ଟୁନି ବସ୍ତିଆ, ଅର୍ଜୁନ ବସ୍ତିଆ, ସରୋଜିନୀ ବସ୍ତିଆ, ଅନୁସୟା ମୁଦୁଲୀ, ସସ୍ମିତା ମୁଦୁଲୀ ମାନେ ଫୋଟୋ ଚିତ୍ର ଉତ୍ତୋଳନ କରିବା ସହ ଅସ୍ତରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ସେପ୍‌ଟେମ୍ବର ୨୫ ତାରିଖ ରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏ ଅଭିଯୋଗ ଉପରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମତାମତ ମାଗିବା ପରେ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ସ୍ୱାଇଁ କହିଛନ୍ତି ଏ ବାବଦରେ ତଦନ୍ତ ଚାଲିଛି, ତଦନ୍ତ ରିପୋର୍ଟ ଆସିଲେ ସୂଚନା ଦିଆଯିବ । ଏବେ ବାସ୍ତବରେ ଏ ଘଟଣା କେତେ ସତ୍ୟ କେତେ ମିଥ୍ୟା ତଦନ୍ତ ପରେ ଜଣାପଡିବ ଏବଂ ଯଦି ଏହା ସତ୍ୟ ହୋଇଥାଏ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।