ରୋଗୀ କଲ୍ୟାଣ ବୋର୍ଡ ସଦସ୍ୟ ହେଲେ ମାନସ
ଭୁବନେଶ୍ୱର : ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଳକର ଯୁବ ରାଜନେତା ମାନସ ରଞ୍ଜନ ବେହେରାଙ୍କୁ ଜିଲ୍ଲା ରୋଗୀ କଲ୍ୟାଣ ବୋର୍ଡର ସଦସ୍ୟ ମନୋନୀତ ହୋଇଛନ୍ତି । କୋରାପୁଟ ସାସଂଦ ସପ୍ତଗିରୀ ଉଲ୍ଲକାଙ୍କ ଅନୁମୋଦନ କ୍ରମେ ଲୋକଙ୍କ ସେବା କରିବାକୁ ମାନସଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି । ମାନସ ନିଜ କ୍ୟାରିୟରରେ ଉଚ୍ଚ ଶିକ୍ଷା ସମାପ୍ତ ପରେ ଲୋକଙ୍କ ସେବା କରିବା ନିମନ୍ତେ କଂଗ୍ରସର ଜଣେ ସକ୍ରିୟ ସଦସ୍ୟ ଭାବେ ବ୍ଲକରେ ଲୋକଙ୍କ ସେବା କରିଆସୁଛନ୍ତି । ପୁର୍ବରୁ ସେ ସାସଂଦ ପ୍ରତିନିଧି ଥିବା ବେଳେ ଏବେ ସେ ବିଧାୟକ ପ୍ରତିନିଧି ଭାବେ ନିଜ କାର୍ଯ୍ୟ ସୁଚାରୁରୂପେ କାର୍ଯ୍ୟ କରିଚାଲିଛନ୍ତି । ରୋଗୀ କଲ୍ୟାଣ ସଦସ୍ୟ ଭାବେ ମନୋନୀତ ହେବାପରେ ମାନସ ନିଜ ବକ୍ତବ୍ୟରେ କହିଛନ୍ତି ମୁନିଗୁଡା ବ୍ଳକରେ ରୋଗୀ ସେବା ଉନ୍ନତ କରିବା ମୋର ମୂଳଲକ୍ଷ୍ୟ ହେବ ଏଥିସହ ବ୍ଳକରେ ଏବଂ ଆଖପାଖ ଅଞ୍ଚଳରେ ଯେପରି ସ୍ୱାସ୍ଥ୍ର୍ୟର ବିକାଶ ହେବ ସେ ଦିଗରେ ମୁ କାର୍ଯ୍ୟକରିବି ଯେପରି ସମସ୍ତ ଲୋକଙ୍କ ପାଖକୁ ସ୍ୱାସ୍ଥ୍ୟସେବା ପର୍ହଞ୍ଚିପାରିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ମାନସଙ୍କ ରୋଗୀ କଲ୍ୟାଣ ସଦସ୍ୟ ମନୋନୀତ ହେବାପରେ କୋରାପୁଟ ସାସଂଦ ସପ୍ତିଗିରୀ ଉଲ୍ଲାକା, ଓଡିଶା କଂଗ୍ରେସ ଜେନେରାଲ ସେେକ୍ରେଟାରି ଦୁର୍ଗା ପଣ୍ଡା, ବିଷମକଟକ ବିଧାୟକ ନୀଳମାଧବ ହିକ୍କା ଏବଂ ଜିଲ୍ଲା ସଭାପତି ସମେତ ଦିଲ୍ଲୀପ ପଟ୍ଟନାୟକ, ନୀଳାମ୍ବର ବିଭାର ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି ।