ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

 ବୁଗୁଡ଼ା : ଆସନ୍ତା ଜୁନ୍ ୨୭ ତାରିଖରେ ହେବାକୁ ଯାଉଥିବା ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ବୁଗୁଡ଼ା ବଡ଼ଦାଣ୍ଡସ୍ଥ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ବର୍ତ୍ତମାନ ସୁଦ୍ଧା ରଥର ଚକ ଅଖ ଯୋଗ, ବ୍ରାନ୍ଦ, ମୁହାଣ୍ଡି, ନାହାକ କୁମ୍ଭ ଓ ଚାରି ପୁର ଛନ୍ଦ କାମ, ଅଁଳା ଶ୍ରୀ, କଳସ ଉଠାଣ, ଶୁଆ ବନ୍ଧା କାମ ସରିଥିବାବେଳେ କେବଳ ବେଦି ଘର କାମ କରିବାକୁ ରହିଛି ।  ୪୫ ଫୁଟ ଉଚ୍ଚତା ବିଶିଷ୍ଟ ଉକ୍ତ ରଥ ନିର୍ମାଣ କାର୍ଯ୍ୟ ସ୍ଥାନୀୟ ଜଗନ୍ନାଥ ଅର୍ଚ୍ଚକ ଯୁବକ ସଂଘ ନେତୃତ୍ୱରେ ରବିନ୍ଦ୍ର କୁମାର ଘଡେଇଙ୍କ ଦ୍ୱାରା ଚାଲିଛି । ଅନ୍ୟପକ୍ଷରେ ଠାକୁର ଅଣସର ଘରେ ଥିବାବେଳେ ଶିଳ୍ପୀ ଗୋବର୍ଦ୍ଧନ ମହାପାତ୍ରଙ୍କ ଦ୍ୱାରା ବନକ କାର୍ଯ୍ୟ ଚାଲୁ ରହିଛି । ସ୍ଥାନୀୟ ବଳଦେବ ସ୍ୱାମୀ ମନ୍ଦିର ପରିଚାଳନା କମିଟିର ତତ୍ତ୍ୱାବଧାନରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ  ଏ ବର୍ଷର ରଥ ଯାତ୍ରାକୁ ଲୋକେ ଉତ୍ସାହ ଓ ଉକôଣ୍ଠାର ସହ ଅପେକ୍ଷା କରି ରହିଛନ୍ତି  ।