ଖରାରେ ସିଝୁଛନ୍ତି, ବର୍ଷାରେ ଭିଜୁଛନ୍ତି ଜରାଜୀର୍ଣ୍ଣ ଅବସ୍ଥାରେ ଯାତ୍ରୀ ବିଶ୍ରାମଗାର
ନରସିଂହପୁର : ନରସିଂହପୁର ବ୍ଲକ ହେଡ୍ କ୍ୱାଟର ପାଇକପଡା ପାଟଣା ପଞ୍ଚମୁଖୀ ଛକରେ ବର୍ଷ ବର୍ଷ ଧରି ଭାଙ୍ଗିରୁଜି ପଡିଛି ଯାତ୍ରୀ ବିଶ୍ରାମଗାର । ଏଠାରେ ଯାତ୍ରୀ ବିଶ୍ରାମଗାରଟିଏ ନଥିବାରୁ ହନ୍ତସନ୍ତ ହେଉଛନ୍ତି । ଯାତ୍ରୀ ବିଶେଷ କରି କଲେଜ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏପରିକି ଖରାଦିନେ ଖରାରେ ସିଝିବା ସହ ବର୍ଷାରେ ଭିଜୁଛନ୍ତି । ଖରା, ବର୍ଷା, ଶୀତ କାକର ରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ପଞ୍ଚମୁଖୀ ଛକ ନିକଟରେ ଥିବା ଆଜବେଷ୍ଟ ଛପର ଯାତ୍ରୀ ବିଶ୍ରାମଗାରଟି ଅଳିଆ ଆବର୍ଜନା ହୋଇ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରି ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା । ପରିତ୍ୟକ୍ତ ଅବସ୍ଥାରେ ବର୍ଷ ବର୍ଷ ଧରି ପଡି ରହିଥିବା ଏହି ଯାତ୍ରୀ ବିଶ୍ରାମଗାରର ପୁନରୁଦ୍ଧାର ପାଇଁ ଗତ ବର୍ଷ ଏଠାରେ ଥିବା ଏକ ବଉଳ ଗଛକୁ ହାଣିବା ସହ ପୁରୁଣା ଯାତ୍ରୀ ବିଶ୍ରାମଗାର ଗୃହକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ । ମାତ୍ର ଭାଙ୍ଗିବାର ପ୍ରାୟ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଯାତ୍ରୀ ବିଶ୍ରାମଗାରର ପାଦେ ଆଗେଇଲାନି ନିର୍ମାଣ କାର୍ଯ୍ୟ । ଖୋଲା ଆକାଶ ତଳେ ଯାତ୍ରୀମାନେ ଅତି ଦୟନୀୟ ଅବସ୍ଥାରେ ରାସ୍ତାର ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଛି । ବିକଳ୍ପ ସୁବିଧା ନଥିବାରୁ ଯାହାଫଳରେ ଯାତ୍ରୀମାନେ ରାସ୍ତା କଡରେ କେଉଁଠି ଗଛ ମୂଳେ ତ ଆଉ କେଉଁଠି ରାସ୍ତା କଡରେ ଅତି ଦୟନୀୟ ଅବସ୍ଥାରେ ଯାତ୍ରୀ ମାନେ ଠିଆ ହେଉଛନ୍ତି । ଏହି ରାସ୍ତା ଦେଇ କଟକ, ଭୁବନେଶ୍ୱର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, ଦଶପଲ୍ଲା, କମଳାଡିହ ଆଦି ସ୍ଥାନକୁ ଯାତାୟାତ କରିବାର ମୁଖ୍ୟ ରାସ୍ତା ହୋଇଥିବାରୁ ପ୍ରତିଦିନ ଶହ ଶହ ଯାତ୍ରୀ ବିଭିନ୍ନ ସ୍ଥାନ କୁ ଯାତାୟାତ ପାଇଁ ଏହି ଛକରେ ଅପେକ୍ଷା କରିଥାନ୍ତି ।
ବିଶେଷ କରି ନରସିଂହପୁର ର ବିଭିନ୍ନ ସରକାରୀ ବେସରକାରୀ କଲେଜ ଓ କୋଚିଂକୁ ଆସୁଥିବା ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ବିକଳ୍ପ ବ୍ୟବସ୍ଥା ନଥିବାରୁ ଯାତ୍ରୀ ଓ ଛାତ୍ର ଛାତ୍ରୀ ମାନେ କେଉଁଠି ଗଛ ମୂଳେ ତ ଆଉ କେଉଁଠି ପାନ ଓ ଅନ୍ୟାନ୍ୟ ଦୋକାନ ସମ୍ମୁଖରେ ଅତି ଦୟନୀୟ ଅବସ୍ଥାରେ ଠିଆ ହେଉଥିବା ଦେଖିବାକୁ ମିଳୁଛି ।
ସେହିପରି ନରସିଂହପୁର କ୍ଲବ ଛକରେ ଥିବା ସର୍ବ ପୁରାତନ ଯାତ୍ରୀ ବିଶ୍ରାମ ଗାରଟି ଅତି ଦୟନିୟ ଅବସ୍ଥାରେ ପଡି ରହିଛି । ଲୋକଙ୍କ ବସିବା ସ୍ଥାନରେ ଅଳିଆ ଆବର୍ଜନା ଜମି ରହିବା ସହ ଜଣେ ବୃଦ୍ଧା ଏଠାରେ ଦୀର୍ଘ ବର୍ଷ ଧରି ରହିଛନ୍ତି । ଏହି ଯାତ୍ରୀ ବିଶ୍ରାମ ଘରଟି ଅସ୍ୱାସ୍ଥ୍ୟକାର ପରିବେଶ ମଧ୍ୟରେ ରହିଥିବାରୁ ଏଠାକୁ ଯିବାକୁ ଲୋକେ ନାକ ଟେକୁଛିନ୍ତି । ସେହିପରି ନରସିଂହପୁର କଲେଜରେ ଥିବା ପୁରୁଣା ଯାତ୍ରୀ ବିଶ୍ରାମଗାରଟି ଉଇହୁଙ୍କା ହେବା, ମଦ ବୋତଲ ଆଦି ବଜ୍ୟବସ୍ତୁ ପଡି ଅସ୍ୱାସ୍ଥ୍ୟକାର ପରିବେଶ ସୃଷ୍ଟି କରୁଛି । ଯାତ୍ରୀ ବିଶ୍ରାମଗାରର ଶିଳାନ୍ୟାସ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନୂତନ ଯାତ୍ରୀ ବିଶ୍ରାମଗାରଟି ଆରମ୍ଭ ହୋଇନାହିଁ । ଯାହାଫଳରେ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ସମସ୍ତ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରିବା ସହ ଏହାର ସ୍ଥାୟୀ