ଲକ୍ଷ୍ମୀପ୍ରିୟା ଲାହାଙ୍କ ସ୍ମୃତିଚାରଣ

ବ୍ୟାସନଗର : ସ୍ୱର୍ଗୀୟା ଲକ୍ଷ୍ମୀପ୍ରିୟା ଲାହାଙ୍କ ସ୍ମୃତିଚାରଣ ସଭା ଏବଂ ସ୍ମରଣୀକା ଉନ୍ମୋଚନ ହୋଇଯାଇଛି । ସ୍ୱର୍ଗୀୟା ଲାହାଙ୍କ ଏକାଦଶାହ ତିଥିରେ ପୈାରାଂଚଳ ସାଈମାର୍ଗସ୍ଥ ବାସଭବନରେ ଆୟୋଜିତ ସ୍ମୃତିଚାରଣ ସଭା ବ୍ୟଙ୍ଗକବି ବାଇଧର ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବିଶିଷ୍ଠ ସମାଜସେବୀ ବିଜୟ କୁମାର ଧଳ, ଡ. ଗୈାରଶଙ୍କର ଷଡ଼ଙ୍ଗୀ, ଡ. ପ୍ରଶାନ୍ତ ବେହେରା, ପ୍ରାକ୍ତନ ପୌରାଧ୍ୟକ୍ଷା ସବିତା ରାଉତ ପ୍ରମୂଖ ଯୋଗ ସ୍ୱର୍ଗୀୟା ଲାହାଙ୍କ ସ୍ମୃତି ଚାରଣ କରିବା ସହ ସ୍ମରଣୀକାକୁ ଉନ୍ମୋଚନ କରିଥିଲେ । ସ୍ମୃତି ଚାରଣ ସଭାରେ ପୈାରାଧ୍ୟକ୍ଷ ସୁବାସ ବଳ, ଯାଜପୁର ପୌରପାଳିକାର ପ୍ରାକ୍ତନ ଅଧ୍ୟକ୍ଷ ଭବପ୍ରସାଦ ଦାସ, କାଉନସିଲର, ରାଜନେତା, ସମାଜସେବୀ, ବୁଦ୍ଧିଜୀବୀ ଉପସ୍ଥିତ ରହି ସ୍ୱର୍ଗୀୟା ଲାହାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୁଅ ରାଜଶେଖର, ସୁଧାଂଶୁ ଶେଖର, ପୁୁତରା ସୁମନ ଶେଖର ସ୍ମୃତିଚାରଣସଭାକୁ ପରିଚାଳନା କରିଥିଲେ ।