ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

 ବ୍ୟାସନଗର : ବ୍ୟାସନଗର ସ୍ୱୟଂ ଶାସିତ କଲେଜର ସଂସ୍କୃତ ବିଭାଗରେ ପ୍ରଥମବର୍ଷର ଛାତ୍ରଛାତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶରତ କୁମାର ମଲ୍ଲିକ ଉଦ୍ଘାଟନ କରିଥିଲେ । ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ୟ କ୍ୟାପଟେନ ପୂର୍ଣଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସଭାରେ ଅତିଥି  ଅମୃତବାଣୀ ସେବା ପ୍ରତିଷ୍ଠାନର ରାଷ୍ଟ୍ରୀୟ ସଚିବ ଜୟପ୍ରକାଶ ଶାସ୍ତ୍ରୀ ଯୋଗ ଦେଇ ପିଲାମାନେ ସଂସ୍କୃତ ଭାଷାରେ ସମ୍ଭାଷଣ କରିବା ସହିତ ଭାରତୀୟ ସଂସ୍କୃତିକୁ ଭଲଭାବରେ ଜାଣିବା ଉଚିତ୍ ବୋଲି କହିଥିଲେ । ବିଭାଗର ଅନ୍ୟତମ ଅଧ୍ୟାପକ ଅଜୟ କୁମାର ପଣ୍ଡା ଓ ଅଧ୍ୟାପିକା ସସ୍ମିତା ସ୍ୱାଇଁ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତ ରେ ବଡ଼ ମଣିଷ ହେବା ପାଇଁ ପ୍ରେରଣା ଦେଇଥିଲେ । ନବାଗତ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଓ ଡ଼ଟ୍ପେନ୍ ଦେଇ ଓ ମସ୍ତକରେ ଚନ୍ଦନ ଚିତା ଲଗାଇ ସ୍ୱାଗତ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।