ବିପଦପୂର୍ଣ୍ଣ ଅବସ୍ଥାରେ ଶୋଇଛି ବିଦୁ୍ୟତ ଖୁଣ୍ଟ 

 ବରୀ: ଏହି ବ୍ଲକ ଭଅଁରା ପୁରାତନ ପ୍ରାଥମିକ ବିଦ୍ୟାଳୟ ଯିବା ରାସ୍ତାରେ ବିଦୁ୍ୟତ ଖୁଣ୍ଟଟି ୫ ଦିନରୁ ଊର୍ଦ୍ଧ ହେବ ବିପଦପୂର୍ଣ୍ଣ ଅବସ୍ଥାରେ ଶୋଇରହିଛି । ଫଳରେ ତାର ଗୁଡିକ ତଳକୁ ଝୁଲିଛି । ଖୁଣ୍ଟ ଶୋଇ ପଡ଼ିଥିବାରୁ ତାର ଗୁଡ଼ିକ ହାତ ପାହାନ୍ତରେ ରହିଛି । ଯାହା କୈାଣସି ସମୟରେ ଅଘଟଣ ଘଟାଇବାର ଆଶଙ୍କା ରହିଛି । ଗ୍ରାମବାସୀ ବିଭାଗକୁ ଅବଗତ କରିଥିଲେ ମଧ୍ୟ ଫଳ ମିଳୁନାହିଁ । ଗ୍ରାମର ମୁଖ୍ୟ ରାସ୍ତା ହେଇଥିବାରୁ ଗାଡି ସହିତ କୋମଳ ମତି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବା ଆସିବା କରିଥାନ୍ତି । ବରୀ ବିଦୁ୍ୟତ ଉପଖଣ୍ଡ ତୁରନ୍ତ ଏତି ପ୍ରତି ଦୃଷ୍ଠି ଦେବାକୁ ଦାବି କରାଯାଇଛି ।