ଦଳୀୟ ପ୍ରସଙ୍ଗରେ ଅମର-ସୁଲତାଙ୍କ ଭିନ୍ନ ମତ,   ରାଜଧାନୀରୁ ଯାଜପୁରରୁ ଯାଏ ଚର୍ଚ୍ଚା


ାା ପ୍ରଭାନୁ୍ୟଜ ।ା ଯାଜପୁର: ସୁଜିତ କୁମାର ବିଜେଡ଼ିରୁ ଇସ୍ତଫା ଦେଇ ମମତା ମହାନ୍ତଙ୍କ ପଦାଙ୍ଗ ଅନୁକରଣ କରିବା ପୂର୍ବକ ପଦ୍ମ ଧରିବା ଘଟଣା ରାଜନୈତିକ ହଟଚମଟ ସୃଷ୍ଟି କରିପାରିଛି । ସୁଜିତ କାହିଁକି ବିଜେଡ଼ି ଛାଡ଼ିିଲେ ତାହା ଉକ୍ତଦିନ ସ୍ପଷ୍ଟ କରିଦେଇଛନ୍ତି । ସୁଜିତଙ୍କ ସ୍ପଷ୍ଟୋକ୍ତି ପଛର ସ’ତ ମିଛ ତାହା ବିଜେଡ଼ି ହାଇକମାଣ୍ଡ କିମ୍ବା ଦଳ ଚଳାଉଥିବା ମୁଣ୍ଡିଆଳଙ୍କୁ ଜଣାଥିବ । କିନ୍ତୁ ମମତାଙ୍କ ପରେ ସୁଜିତ ବିଜେଡ଼ି ଛାଡ଼ିବା ଘଟଣାରେ ଯାଜପୁର ଜିଲାର ଦୁଇ ନେତା-ନେତ୍ରୀଙ୍କ ଭିନ୍ନ ମତ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଜଣେ କେତେ ଆସିବେ, କେତେ ଯିବେ କହିବା ସହ ନବୀନ ପଟ୍ଟନାୟକ ହାତ ହଲାଇ ଦେଲେ ସବୁ ହଟିଯିବେ ବୋଲି କହିଥିବା ବେଳେ ଅନ୍ୟଜଣେ ବିଜେଡ଼ିକୁ ତେରେଛାବାଣ ମାରିବା ରାଜଧାନୀରୁ ଯାଜପୁର ଜିଲା ଯାଏ ଚର୍ଚ୍ଚାର କାରଣ ହୋଇଛି । ଆମେ କହୁଛୁ ବରିଷ୍ଠ ନେତା ତଥା ବଡ଼ଚଣାର ପ୍ରାକ୍ତନ ବିଧାୟକ ଅମର ଶତପଥୀ ଏବଂ ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କ କଥା । ସୁଜିତ କୁମାର ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେବା ପରେ ବଡ଼ଚଣା ପ୍ରାକ୍ତନ ବିଧାୟକ ଅମର ନେତୃତ୍ୱଙ୍କ ବିରୁଦ୍ଧରେ ତେରେଛାବାଣ ମାରିଥିଲେ । ଆତ୍ମସମୀକ୍ଷା କରିବା ଦରକାର ଏବଂ ଦୋଷତୃଟି କେଉଁଠି ରହିଲା, ତାର ସମୀକ୍ଷା କରିବା ଦରକାର କଥା କହି ଅମର ବିଜେଡ଼ି ଆଗରେ ପ୍ରଶ୍ନବାଚୀ ଚିହ୍ନ ଛାଡ଼ି ଦେଇଛନ୍ତି । ଯାହା ନବୀନ ଛାୟାମନ୍ତ୍ରୀ ମଣ୍ଡଳ ଗଠନ ପରେ ହେଉ କି ମମତା ମହାନ୍ତ ପଦ୍ମଧରିବା ପରେ କହିଥିଲେ ସେଇକଥାକୁ ଦୋହରାଇଛନ୍ତି ଅମର । କିନ୍ତୁ ଯାଜପୁର ଜିଲାର ଅନ୍ୟତମ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୁଲତା ଦେଓ ବିଜେପିକୁ ଟାର୍ଗେଟ କରିବା ସହ ନବୀନ ପଟ୍ଟନାୟକ ହିଁ ଆଜିବି ଲୋକପ୍ରୀୟ ହୋଇରହିଛନ୍ତି ବୋଲି ସାମାଜିକ ସୋସିଆଲ ମିଡ଼ିଆରେ ନିଜର ମତ ରଖିଛନ୍ତି । ଦୁଇଦିନ ତଳେ ସୁଲତା କେତେ ଆସିବେ, ତେବେ ଯିବେ, ନୀବନ ପଟ୍ଟନାୟକ ହାତ ହଲାଇ ଦେଲେ ସବୁ ହଜିଯିବେ ବୋଲି କହିଥିବା ସୁଲତା ଗଲାକାଲି ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀରେ ଗଣେଶ ପୂଜା ମଣ୍ଡପ ବୁଲିବାର ଫଟୋଚିତ୍ର ପୋଷ୍ଟ କରି ପ୍ରମାଣ ଦେଖାଛନ୍ତି । ଦଳ ଗୋଟିଏ ହୋଇଥିଲେ ହେଁ ଅମର-ସୁଲତାଙ୍କ ମତରେ ଭିନ୍ନତା ଦଳୀୟ ମହଲକୁ ଅଡ଼ୁଆରେ ପକାଇବା ପରି ହୋଇଛି । ନବୀନଙ୍କୁ ନେତା ବୋଲି ମାନୁଥିବା ଦୁଇ ନେତା-ନେତ୍ରୀଙ୍କ ମନ୍ତବ୍ୟରେ ଭିନ୍ନତା ଦଳ ଅନୁଶାସନ ଭିତରେ ନାହିଁ ଏକଥାକୁ ପ୍ରମାଣିତ କରୁଛି । ଦଳୀୟ ପ୍ରସଙ୍ଗରେ ଦୁଇ ନେତାଙ୍କ ଦୁଇମତ ରାଜଧାନୀରୁ ଯାଜପୁର ଜିଲା ରାଜନୈତିକ କରିଡ଼ରରେ ପ୍ରମୂଖ ଆଲୋଚନାର ବିଷୟ ହୋଇଛି । ତେବେ ଅନୁଭବୀ ନେତା ଅମର ଦଳୀୟ ପ୍ରସଙ୍ଗରେ ମାରୁଥିବା ତେରେଛାବାଣ ତାଙ୍କ ସମର୍ଥକଙ୍କୁ ଉସôାହିତ କରିଛି । ଅମର ନିର୍ବାଚନରେ ଟିକେଟ ନମିଳିବାର ରାଗ ସୁଝାଇବାକୁ ଗୋଟିଏ ପରେ ଗୋଟିଏ ମଉକା ପାଇଯାଉଥିବା ବେଳେ ତାଙ୍କ ତୁଣ୍ଡ ବନ୍ଦ କରିବାକୁ ମଧ୍ୟ ଦଳର ନେତା ସାହସ ଜୁଟାଇପାରୁ ନାହାନ୍ତି । ଆଗକୁ ଯଦି ଅମର ନବୀନଙ୍କୁ ଖୋଲା ଖୋଲି ଦଳୀୟ ପ୍ରସଙ୍ଗରେ ଟାର୍ଗେଟ କରନ୍ତି, ତେବେ କେହି ଆଶ୍ଚର୍ଯ୍ୟ ହେବେନି ।