ଲାଇସେନ୍ସ  ଯାଞ୍ଚ ବେଳେ ଔଷଧ ଦୋକାନରୁ ମଦ ଜବତ 

ଭଦ୍ରକ : ଔଷଧ ଦୋକାନର ଲାଇସେନ୍ସ ପାଇଁ ଚାଲିଥିଲା ଚଢ଼ଉ କିନ୍ତୁ ମିଳିଲା ମଦ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାଇପାସରେ ଥିବା ଔଷଧ ଦୋକାନ । ଆଜି ଟାଉନ ପୋଲିସ ସହୟତାରେ ଡ୍ରଗ୍ସ ଇନ୍ସପେକ୍ଟର ପ୍ରତି ଔଷଧ ଦୋକାନର ଲାଇସେନ୍ସ ଯାଞ୍ଚ କରୁଥିଲେ । ବାଇପାସରେ ନିକଟରେ ଥିବା ଏକ ଔଷଧ ଦୋକାନରେ ଲାଇସେନ୍ସ ଯାଞ୍ଚ କରିବା ସମୟରେ ଦୋକାନରୁ ବିପୁଳ ମାତ୍ରାରେ ବିଦେଶୀ ମଦ ଜବତ କରିଥିଲା ପୁଲିସ । ଏହି ସମ୍ପର୍କରେ ଦୋକାନ ମାଲିକଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ସୂଚନା ମିଳିଛି । ଏହା ପୂର୍ବରୁ ଔଷଧ ଦୋକାନୀଙ୍କ ବିରୋଧରେ ମଦ ରହୁଥିବା ଅଭିଯୋଗ ହୋଇଥିଲା ।