୬୬ ବିମାନରେ ବିଜେ ଦୋଳଗୋବିନ୍ଦ, ଖେଳିଲେ ଫଗୁ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ପରିସରରେ ଅନୁଷ୍ଠିତ ମୁନସୀ ମେଲଣ ବୁଧବାର ସକାଳେ ଉଦଯାପିତ ହୋଇଯାଇଛି । ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ମେଲଣ ବୁଧବାର ସକାଳ ପର୍ଯ୍ୟନ୍ତ ଉସôବ ପାଳନ ହୋଇଥିଲା ।  ମଙ୍ଗଳବାର ସନ୍ଧ୍ୟାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନରହରି ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ମୁଖ୍ୟଅତିଥି, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ନାଟ୍ୟକାର ସୁଧାକର ନନ୍ଦ, ବିଜେପି ନେତା ସୁଧାଂଶୁ ଶେଖର ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଏସ.ଡି.ପି.ଓ. ତ୍ରିଲୋଚନ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ସରପଞ୍ଚ ବର୍ଷାରାଣୀ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୁନ୍ସୀ ମେଲଣ ଉତ୍ପତ୍ତିର ପୃଷ୍ଠଭୂମି, ପରମ୍ପରା ଓ ପ୍ରଭାବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ଭରତ ଚନ୍ଦ୍ର କରଣ ଅତିଥି ପରିଚୟ ଓ ଶ୍ୟାମସୁନ୍ଦର ମହାପାତ୍ର ଧନ୍ୟବାଦ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଅର୍କେଷ୍ଟ୍ରା ଅନନ୍ୟା ଦ୍ୱାରା ମେଲୋଡିରେ ଗାୟିକା ଲୋପାମୁଦ୍ରା ସଙ୍ଗୀତ ପରିବେଷଣ କରି ଦର୍ଶକମାନଙ୍କୁ ଅଭିଭୁତ କରିଥିଲେ । ଥାନା ପରିସରରେ ଅନୁଷ୍ଠିତ ମେଲଣ ପଡିଆରେ ଆଖପାଖର ୬୬ ସୁସଜ୍ଜିତ ବିମାନରେ ପ୍ରଭୁ ଦୋଳଗୋବିନ୍ଦ ମଙ୍ଗଳବାର ମଧ୍ୟରାତ୍ରରୁ ବିଜେ କରିଥିଲେ । ହାଟଡିହି, ଉତ୍ତରବାଡ, ଠାକୁରାଣୀସାହି, ଦକ୍ଷିଣବାଡ, ମନୋହରପୁର, ବାହାଦଲପୁର ବିମାନ ଶୋଭାଯାତ୍ରାରେ ଆସିଥିବା ବେଳେ କୋଳିପଦି, ତୁଳସୀପୁର, କହରାପୋଖରୀ, ଚନ୍ଦ୍ରଭାନୁପୁର, ମଠସାହି, ରେବୋ, କଣ୍ଟାପୋଖରୀ, ନୂଆପୋଖରୀ, କୁସୁମା ଆଦି ଗ୍ରାମର ବିମାନରେ ପ୍ରଭୁ ଦୋଳଗୋବିନ୍ଦ ଥାନା ସମ୍ମୁଖରେ ଏକତ୍ରିତ ହୋଇଥିଲେ । ମେଲଣ କମିଟି ପକ୍ଷରୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯିବା ପରେ ବିମାନଗୁଡିକ ଥାନା ପରିସର ମେଲଣ ପଡିଆକୁ ପ୍ରବେଶ କରିଥିଲେ । ବିମାନରେ ଭୋଗଲାଗି ହେବା ପରେ ପ୍ରଭୁଙ୍କ ସହ ଭକ୍ତ ଜନସାଧାରଣ ଓ ପୁଲିସ ମିଳିତ ହୋଇ ଫଗୁ ଖେଳିଥିଲେ । ମେଲଣ କମିଟି ପକ୍ଷରୁ ବିମାନଗୁଡିକୁ ବିଦାୟ ଦିଆଯାଇ ମେଲଣ ଉଦଯାପନ ହୋଇଥିଲା । ଉକôଳ ଫାଉଣ୍ଡେସନ ଟ୍ରଷ୍ଟ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ଭକ୍ତମାନଙ୍କ ନିମନ୍ତେ ପାନୀୟ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ପୂର୍ବତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ସମାଜସେବୀ ଅନନ୍ତ ତ୍ରିପାଠୀ, ମେଲଣ କମିଟି ଓ ଥାନା କର୍ମଚାରୀମାନେ ଉସôବ ପରିଚାଳନା କରିଥିଲେ ।