ଭଗ୍ନ ଜଳବିଭାଜିକା ପ୍ରକଳ୍ପ ମରାମତି ଦାବି
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ୍ ଦକ୍ଷିଣବାଡ ପଞ୍ଚାୟତ ଅନ୍ତର୍ଗତ ଉତ୍ତରବାଡ ଗ୍ରାମ ବଣସାହି ହାଇଲେବୁଲ କେନାଲ ସାଇଫୁନ ଠାରୁ ୫ ଶହ ମିଟର ଦୂରରେ ଥିବା ଭଗ୍ନ ‘ଜଳବିଭାଜିକା ପ୍ରକଳ୍ପ’ ବର୍ଷାଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି । ମଞ୍ଜୁରୀରୋଡ ଅଞ୍ଚଳରୁ ଉଦବୃତ୍ତ ବର୍ଷାଜଳ ପ୍ରାକୃତିକ ଭାବେ ବଣସାହି ସାଇଫୁନ ନେଇ ‘ଯ’ନାଳରେ ମିଶି ନିଷ୍କାସିତ ହୋଇଥାଏ । ମାତ୍ର ସୁନାହାର ଗ୍ରାମ ବାଲିଛତ୍ରୀ ଖେଳପଡିଆ ନିକଟ ପୋଖରୀ ପାଶ୍ୱର୍ରେ ଥିବା ସଂପୃକ୍ତ ଭଗ୍ନ ଜଳବିଭାଜିକା ପ୍ରକଳ୍ପ ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଛି । ଫଳରେ ବଣସାହି ଗ୍ରାମବାସୀଙ୍କ ଶହ ଶହ ଏକର ଚାଷ ଜମି ବର୍ଷାଜଳରେ ବୁଡି ରହି ଫସଲ ହାନୀର କାରଣ ପାଲଟିଛି । ଆଖୁଆପଦା ଡ୍ରେନେଜ ବିଭାଗ ଯନ୍ତ୍ରୀଙ୍କୁ ଏଥିନେଇ ବହୁବାର ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ପ୍ରତିକାର ହୋଇପାରୁ ନାହିଁ । ଗ୍ରାମର ମମତା ପାତ୍ର, ରବିନ୍ଦ୍ର ପାତ୍ର, ଜିତେନ୍ଦ୍ର ପାତ୍ର, ବାଇଧର ପାତ୍ର, ପ୍ରଭାକର ପାତ୍ର, ମନିଷା ସେନାପତି, ଅର୍ଜ୍ଜୁନ ଚରଣ ଦାସ, ଦିନବନ୍ଧୁ ବାରିକ, ବିନୋଦ ବାରିକ, ବାମଦେବ ସେଠୀ, ବିଦ୍ୟାଧର ବାରିକ, ବାଇଧର ପରିଡା, ଅମରେଶ ବେହେରା ପ୍ରମୁଖ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ସଂପୃକ୍ତ ଭଗ୍ନ ଜଳବିଭାଜିକା ପ୍ରକଳ୍ପର ମରାମତି ଅଥବା ଉଚ୍ଛେଦ କରି ଜଳ ନିଷ୍କାସନ ସୁଗମ କରିବାକୁ ଗୁହାରୀ କରିଥିବା ଜଣାଯାଇଛି । ଚଳିତ ଗ୍ରୀଷ୍ମଋତୁରେ ଏହାର ପ୍ରତିକାର କରିବାକୁ ଜିଲ୍ଲାପାଳ ଆଖୁଆପଦା ଡ୍ରେନେଜ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ମାଝୀଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି ।