ଚଳିତ ବର୍ଷ ଧୁମଧାମରେ ହେବ ଝାରପଡା ଦୁର୍ଗା ପୂଜା
ଭୁବନେଶ୍ୱର: ପାର୍ବଣର ଋତୁ ଏନେଇ ଚଳଚଞ୍ଚଳ ରାଜଧାନୀ । ପାଖେଇ ଆସୁଚି ଜଗତ ଜନନୀ ମାଜଗନ୍ଦମ୍ବାଙ୍କ ଦର୍ଗା ପୂଜା ଏ ନେଇ ରାଜଧାନୀରେ ଥିବା ସମସ୍ତ ପୂଜା କମିଟି ନିଜକୁ ଏବେଠୁ ପ୍ରସ୍ତୁତ କରି ସାରିଲେଣା । ଏ ରାଜଧାନୀରେ ଦୀର୍ଘ ୧୪ ବର୍ଷ ବେବ ଶାନ୍ତି ଶୃଙ୍ଖଳା ଓ ଜାକଜମକରେ ମା ଦୁର୍ଗାଙ୍କ ପୂଜା ଆୟୋଜନ କରି ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କିରିଚି । ଏହି ଅବସରରେ ଆଜି ଝାରପଡା ଦୁର୍ଗା ପୂଜା ସମିତିର ମିଳିତ ସହଯୋଗରେ ଚଳିତ ପୂଜାରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତୀ ଗଠନ ପାଇଁ ମୃତ୍ତିକା ଅନୟନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଜାଇଚି । ସକାଳ ଝାରପଡା ଗ୍ରାମର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିରେ ବହୁ ମହିଳା ଓ ପୁରୁଷ ଝାରପଡା ଜେଲ୍ ନିକଟସ୍ତ ବୌଦ୍ଧ ଗଡିଆଣି ମନ୍ଦିରରୋ ପୂଜାର୍ଚ୍ଚନା କରି ସେଠାରୁ ଆଞାମାଳ ଆଣି ପାରମ୍ପରିକ ବାଦ୍ୟ ରୋଷଣୀରେ କୂଆଖାଇ ନଦୀପଠାରେ ପହଞ୍ଚିଥିଲେ । ସେଠାରେ ବିଦ୍ଧି ମୁତାବକ ପୂଜାପାଠ କରିବା ସବ ସେଠାରୁ ମାଙ୍କ ପାଇଁ ପବିତ୍ର ମାଟି ଆଣି ଗ୍ରାମର ମେଲଣ ପଡିଆରେ । ମା''ଙ୍କ ପାଇଁ ନିର୍ମିତ ମଣ୍ଡପରେ ପହଞ୍ଚି ଥିଲେ । ଏହି କାର୍ଯ୍ୟଯକ୍ରମରେ ଝାରପଡା ଦୁର୍ଗାପୂଜା ସମିତି ସଭାପତି ପ୍ରଭାତ ମାର୍ଥା, ସମ୍ପାଦକ ପ୍ରକାଶ ସାମନ୍ତରାୟ, ଗ୍ରାମ କମିଟି ସଭାପତି ଗୋରାଚାନ୍ଦ ମଙ୍ଗରାଜ ସମ୍ପାଦକ ଉମାକାନ୍ତ ଜେନା, ସମିତିର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ପ୍ରଧାନ, ସୁନୀଲ ଜେନା, ଜହୁର ଖାନ,କଲିମୁଦ୍ଦିନ ଖାନ ଆୟୁବ ଖାନ ପ୍ରମୁଖ ଉପସ୍ଥିତ ଥିଲେ ।