ଲିଙ୍ଗରାଜ ହୋଟେଲରେ ପୁଲିସ ଚଢ଼ାଉ ; ତଦନ୍ତ ପାଇଁ ଝାରଖଣ୍ଡ ଯିବ ପୁଲିସ

  • ରାଜଧାନୀରୁ ସିମ୍ ବକ୍ସ ଜବତ ଘଟଣା

     ଭୁବନେଶ୍ୱର, ୧୯ା୮ : ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ଘଟଣାରେ ଖୋଲୁଛି ଗୁମର । ମାଷ୍ଟର ମାଇଣ୍ଡ ଆଶାଦ୍ଦୁର ଭୁବନେଶ୍ୱର ଆସି କଟକ ରୋଡ ଷ୍ଟେସନ ନିକଟ ଲିଙ୍ଗରାଜ ହୋଟେଲରେ ରହିଥିଲା ଦୁଇ ମାସ । ଏନେଇ ଲିଙ୍ଗରାଜ ହୋଟେଲରେ ଲକ୍ଷ୍ମୀସାଗର ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଟିମ ଚଢ଼ାଉ କରି ହୋଟେଲର ସିସିଟିଭି ଫୁଟେଜ ଓ ରେଜିଷ୍ଟରକୁ ଯାଞ୍ଚ କରିଛି । ଅନ୍ୟପଟେ ବାଂଲାଦେଶ ବର୍ଡର ବସିଘାଟ ନିକଟରୁ ବସ ଯୋଗେ ଯାଉଥିଲା ରାଜୁ ମଣ୍ଡଳ । ୧୨ଟି ସିମ ବକ୍ସ, ୪୦୦ରୁ ଅଧିକ ଆକ୍ଟିଭ ୩ଟି ବ୍ୟାଙ୍କ ଆକାଉଣ୍ଟ ରହିଥିବା ନେଇ ଜଣାପଡ଼ିଛି । ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଜାଣିବା ପାଇଁ ବ୍ୟାଙ୍କ୍ ସହ ଯୋଗାଯୋଗ ଚାଲିଥିବା ବେଳେ, ରାଜୁର ମାଆ ନାଁରେ ବ୍ୟାଙ୍କ୍ ଆକାଉଣ୍ଟ ରହିଛି । ରାଜୁର ଫୋନ ପେ ରହିଥିବାରୁ ତାହାର ଯାଞ୍ଚ ଚାଲିଥିବା ବୋଲି ପୁଲିସ କମିଶନର ସଞ୍ଜୀବ୍ ପଣ୍ଡା କହିଛନ୍ତି । ଏହାସହ ସେ କହିଛନ୍ତି ଆଉ ଏକ ସିମ ବକ୍ସ ଝାରଖଣ୍ଡରେ ରହିଥିବା ଜଣାପଡ଼ିଛି । ଏନେଇ କମିଶନରେଟର ଏକ ଟିମ ଝାରଖଣ୍ଡ ଯିବ । ସେଠାରେ ସିମ ବକ୍ସ ଅପରେସନ ଘରକୁ ରେଡ୍ କରିବ । ସେଠାକାର ସ୍ଥାନୀୟ ପୁଲିସ ସହାୟତାରେ ରେଡ୍ କରାଯିବ । ଝାରଖଣ୍ଡ ରାଞ୍ଚିରେ ରହିଥିବା ନେଇ ରାଜୁ ମଣ୍ଡଳ ରବିବାର ଠାରୁ ୫ ଦିନିଆ ରିମାଣ୍ଡରେ ଆସି ଏଭଳି ତଥ୍ୟ ଦେଇଥିବା ଶ୍ରୀ ପଣ୍ଡା କହିଛନ୍ତି । ସିମ ବକ୍ସ ଜରିଆରେ ଚାଇନା, ପାକିସ୍ତାନ, ବାଂଲାଦେଶକୁ ଫୋନ କରନ୍ତି । ଏହି ସିମ ବକ୍ସ ଜରିଆରେ ଭାରତର ନମ୍ବର ଦେଖାଇବା ଯାହାଦ୍ୱାରା ଅର୍ନ୍ତଜାତୀୟ ସ୍ତରରେ ଏହା ଦ୍ୱାରା କୌଣସି ନମ୍ବର ବାହାର ଦେଶର ବୋଲି ଜଣାପଡ଼ିବ ନାହିଁ । ଅଶାଦ୍ଦୁର ଜମାର ରହିଥିବା ହୋଟେଲରେ କୌଣସି ସି ଫର୍ମ ଜରିଆରେ ଫିଲ ଅପ୍ ହୋଇନାହିଁ । ଆତଙ୍କୀ ଲିଙ୍କ ନେଇ ବର୍ତ୍ତମାନ ସମସ୍ତ ସିମ ଗୁଡ଼ିକର ରେକର୍ଡ ମଗାଯାଇଛି । ଏହା ସହ କାହା କାହା ସହ କଥା ହୋଇଛନ୍ତି ଏନେଇ ତଦନ୍ତ ଚାଲିଛି ବୋଲି କମିଶନର କହିଛନ୍ତି ।
     ସୂଚନା ଯୋଗ୍ୟଯେ, ଗତ ଅକ୍ଟୋବର ୨୧ରେ ଭାରତରେ ପ୍ରବେଶ କରିଥିଲା ମାଷ୍ଟର ମାଇଣ୍ଡ ଆଶାଦ୍ଦୁର ଜମାନ । ଭୁବନେଶ୍ୱର ଆସି ରାଜୁ ସହ ଲିଙ୍ଗରାଜ ହୋଟେଲରେ ରହିଥିଲା । କେଶୁରାରେ ଭଡା ଘର ନେଇ ସିମ୍ ବକ୍ସ ରାକେଟ୍ ଚଳାଇ ଆସୁଥିଲେ । ଆଶାଦ୍ଦୁର ନିଦେ୍ର୍ଦଶରେ ରାଜୁ ମଣ୍ଡଳ ଭୁବନେଶ୍ୱରରେ କାର୍ଯ୍ୟ କରୁଥିଲା । ପୁଲିସ ଚଢ଼ାଉରେ ୭ଟି ଅପରେସନାଲ ସିମ୍ ବକ୍ସ ଜବତ କରିଥିଲା । ପ୍ରାୟ ୧ହଜାର ସିମ୍ ମିଳିଥିଲା, ସେଥିରୁ ୫୮ଟି ଅବ୍ୟବହୃତ ସିମ୍ ଅଛି ।