ଲୀଳାକ୍ଷେତ୍ରରେ ସ୍ନାନଯାତ୍ରା


 ଖୋର୍ଦ୍ଧା,: ଖୋରଧା ରାଜ୍ୟର ପ୍ରତିଷ୍ଠାତା ଗଜପତି ରାମଚନ୍ଦ୍ର ଦେବଙ୍କ ଦ୍ୱାରା ସ୍ଥାପିତ ୬୫୬ ବର୍ଷର ପ୍ରାଚୀନ ଐତିହ୍ୟ ସମ୍ପନ୍ନ ମନ୍ଦିରରେ ସ୍ନାନଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ପୂର୍ବାହ୍ନ ୯ ଘଟିକାରେ ଶ୍ରଦ୍ଧାଳୁମାନଙ୍କର ଭଜନ କୀର୍ତ୍ତନ ହରିବୋଲ ହୁଳହୁଳି ମଧ୍ୟରେ ଚତୁର୍ଦ୍ଧା ବିଗ୍ରହଙ୍କୁ କୁଞ୍ଜବିହାରୀ ମନ୍ଦିର କୂପରୁ ଚନ୍ଦନ କର୍ପୁର ମିଶି୍ରତ ୧୦୮ କଳସ ସୁବାଷିତ ଜଳରେ ସ୍ନାନ କରାଯାଇଥିଲା । ମନ୍ଦିର ପୂଜକ ଅକ୍ଷୟ ମହାପାତ୍ର, ଅରୂପାନନ୍ଦ ମହାପାତ୍ରଙ୍କ ପୂଜା ଓ ମଙ୍ଗଳଆଳତୀ ପରେ ଆଇନଜ୍ଞ ଅଜିତ୍ ପଟ୍ଟନାୟକ, ଇଂ. ମାଧବ ଚନ୍ଦ୍ର ଷଢ଼ଙ୍ଗୀ, ଇଂ.ସୂର୍ଯ୍ୟ ନାରାୟଣ ରଥ, ବିଶ୍ୱଜିତ୍ ମହାନ୍ତି, ସର୍ବେଶ୍ୱର ମାର୍ଥା, ବେଦପ୍ରକାଶ ମହାପାତ୍ର, ରଞ୍ଜନ କୁମାର ମାର୍ଥା, ଅଭିଜିତ୍ ଡାକୁଆ ପ୍ରମୁଖ  ବିଗ୍ରହଙ୍କୁ ସ୍ନାନ କରାଇଥିଲେ । ରୂପକାର ବିନୋଦ ପଟ୍ଟନାୟକଙ୍କ ଦ୍ୱାରା ହୋଇଥିବା ଶ୍ରୀଜୀଉଙ୍କ ମନୋରମ ହାତୀ ବେଶ ଦେଖି ଶ୍ରଦ୍ଧାଳୁମାନେ ବିହ୍ୱଳିତ ହୋଇଯାଇଥିଲେ । ପରିଚାଳକ ରମାକାନ୍ତ ପଟ୍ଟଯୋଷୀଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ସୂଚାରୁରୂପେ ସମ୍ପନ୍ନ ହୋଇଥିଲା । ଏଥିରେ ଜାନକୀବଲ୍ଲଭ ପଟ୍ଟନାୟକ, ରମେଶ ମହାନ୍ତି, ଜଗବନ୍ଧୁ ପଟ୍ଟନାୟକ, ଅନିଲ କୁମାର ପ୍ରଧାନ, ଗୋପାଳକୃଷ୍ଣ ଦାସ ପ୍ରମୁଖ ସହାୟତା କରିଥିଲେ ।