ଲୋକକଳା ମହୋସôବ ଓ ମାହାରୀ ନୃତ୍ୟ ସମାରୋହ
ଜଟଣୀ : ନୃତ୍ୟ ସଂଗୀତ ଭିତିକ ଅନୁଷ୍ଠାନ ନୀଳଶୈଳ ସଂଗୀତ ଏକାଡେମୀ ଆନୁକୂଲ୍ୟରେ ପାତ୍ରପଡ଼ା ସ୍ଥିତ ନାଗେଶ୍ୱର ମନ୍ଦିର ପରିସରରେ ପଞ୍ଚମ ଓଡ଼ିଶୀ ଓ ଲୋକକଳା ମହୋସôବ ଏବଂ ତୃତୀୟ ମାହାରୀ ନୃତ୍ୟ ସମାରୋହ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଓ ଭାରତ ସରକାରଙ୍କ ସଂସ୍କୃତ ବିଭାଗଙ୍କ ସହଯୋଗରେ ଧୁମ ଧାମ ସହକାରେ ପାଳିତ ହୋଇଯାଇଛି । ନୀଳଶୈଳ ସଂଗୀତ ଏକାଡେମୀର ଅଧ୍ୟକ୍ଷ ଶୁକଦେବ ସେଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସିନେ କଳାକାର ସୁରେନ୍ଦ୍ର ପୁଷ୍ପାଳକ, କମଳ ଦାଶ, ଅଙ୍କିତ ମହାପାତ୍ର, ଗୁରୁ ଜଳନ୍ଧର ଦାସ, କଳା ନିଦେ୍ର୍ଦଶକ ରାମହରି ମହାରଣା, ସ୍ୱସ୍ତିଜ୍ୟୋତି ଆବାସିକ ବିଦ୍ୟାଳୟର ଅଧକ୍ଷ ଗଙ୍ଗାଧର ବରାଳ, ତବଲା ଗୁରୁ ରାଜକିଶୋର ଦାସ ଓ ନୃତ୍ୟଶିଳ୍ପୀ ମନସ୍ୱିନୀ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ନୃତ୍ୟଙ୍ଗାନା ଅଞ୍ଜଳି ସାହୁ, ସ୍ମୁତି ପ୍ରିୟଦର୍ଶିନୀ, ପଞ୍ଚେଇ କାଣ୍ଡି, ପ୍ରୀତିପ୍ରଜ୍ଞା ବାରିକ, ସନ୍ଧ୍ୟାରାଣୀ ବେହେରା, ଅନୁସୂୟା ଭାରିମଲ୍ଲ ପ୍ରମୁଖଙ୍କୁ ନୃତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା ।