ଲୁଟେରା ଗିରଫ; ମୋବାଇଲ ଜବତ

ଭୁବନେଶ୍ୱର, ୯ା୧୨ : ଗତ ୭ ତାରିଖ ରାତିରେ କଳ୍ପନା ଛକରେ ଜଣେ ହୋଟେଲ କର୍ମଚାରୀଙ୍କୁ ଆକ୍ରମଣ କରି ମୋବାଇଲ ଲୁଟ୍ । ଏନେଇ ଥାନାରେ ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରିଛି । ତାଠାରୁ ଏକ ଚୋରା ମୋବାଇଲ ମଧ୍ୟ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲା, ଫାଳିକିଆ ବସ୍ତିର ସନିଆ କୁଞ୍ଜ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ଗତ ୭ ତାରିଖ ରାତି ପ୍ରାୟ ୧୦.୩୦ରେ ଅଭିଯୋଗକାରୀ ଅନିଲ କୁମାର ପାତ୍ର ତାଙ୍କର ରାଜମହଲ ଛକରେ ଥିବା ହୋଟେଲରୁ କାମ ସାରି ଘରକୁ ଫେରୁଥିଲେ । ସେ କଳ୍ପନା ଛକ ଫଳ ଦୋକାନ ନିକଟରେ ପହଞ୍ଚିବା ସମୟରେ ଅଭିଯୁକ୍ତ ଜଣକ ତାଙ୍କୁ ଅଟକାଇ ଏକ ଲୁହା ରଡରେ ଆକ୍ରମଣ କରି ତାଙ୍କର ମୋବାଇଲ ନେଇ ଫେରାର ହୋଇଯାଇଥିଲା । ଏନେଇ ଅଭିଯୋଗକାରୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ବନଫୁଲ ବସ୍ତିରୁ ଅଭିଯୁକ୍ତକୁ ଗିରଫ କରିଛି ।