ଚକୋଲେଟ୍ ଦେଇ ନାବାଳିକାଙ୍କୁ କୁକର୍ମ ; ଅଭିଯୁକ୍ତ ଗିରଫ

ଚକୋଲେଟ୍ ଦେଇ ନାବାଳିକାଙ୍କୁ କୁକର୍ମ ; ଅଭିଯୁକ୍ତ ଗିରଫ


 ଭୁବନେଶ୍ୱର, ୨୭ା୪ : ଘରେ କେହି ନଥିବା ବେଳେ ଘରେ ପସି ନାବାଳିକାକୁ ଚକଲେଟ୍ ଦେଇ କୁକର୍ମ । ଚିକ୍ରାର କରିବାରୁ ପଡିଶା ଘରର ଲୋକେ ଦୌଡ଼ି ଆସି ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ କାବୁ କରି ପିସିଆର ଡାକି ଜିମା ଦେଇଥିଲେ । ଏନେଇ ନୟାପଲ୍ଲୀ ଥାନା ପୁଲିସ ଥାନା କେସ ନମ୍ବର ୨୬୭ରେ ମାମଲା ରୁଜୁକରି ଦଫା ୩୭୬ଏବି, ୧୨ ପୋକସୋ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ସିଆରପି ମୁଣ୍ଡାସାହିର ରଙ୍କନୀଧି ମଲ୍ଲୀକ । ଶୁକ୍ରବାର ମଧ୍ୟାନ ସମୟରେ ଅଭିଯୋଗକାରିଣୀ ତାଙ୍କ ଘରେ ନଥିବା ସମୟରେ ଅଭିଯୁକ୍ତ ସୁଯୋଗ ଦେଖି ସେଠାକୁ ଆସିଥିଲା ଓ ଅଭିଯୋଗକାରିଣୀଙ୍କର ନାବାଳିକା ଝିଅକୁ ଚକୋଲେଟ୍ ଖାଇବାକୁ ଦେବା ସହ ତାଙ୍କ ସହ ଯୋରଜବରଜସ୍ତ ଅସଦାଚରଣ କରିବା ସହ କୁକର୍ମ କରିଥିଲା । ଏହି ସମୟରେ ନାବାଳିକା ଜଣଙ୍କ ଚିକ୍ରାର କରିବାରୁ ଚିକ୍ରାର ଶୁଣି କିଛି ପଡୋଶୀ ଲୋକ ସେଠାକୁ ଆସିଥିଲେ ଓ ଅଭିଯୁକ୍ତ କବଳରୁ ନାବାଳିକାକୁ ଉଦ୍ଦାର କରିବା ସହ ଅଭିଯୁକ୍ତକୁ କାବୁ କରିଥିଲେ । ପରେ ନୟାପଲ୍ଲୀ ଥାନା ପିସିଆର ଭ୍ୟାନକୁ ଡାକି ଅଭିଯୁକ୍ତକୁ ଜିମା ଦେଇଥିଲେ । ଏନେଇ ନାବାଳିକାଙ୍କ ମାଆ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।