ଖଣ୍ଡା ଦେଖାଇ ଲୁଟ୍ ଉଦ୍ୟମ ବେଳେ ଦୁଇ ଗିରଫ

ଭୁବନେଶ୍ୱର, ୯ା୧୨ : ଗତକାଲି ରାତିରେ ଖାରବେଳନଗର ଥାନା ପୁଲିସ ସତ୍ୟନଗର ଅଞ୍ଚଳରେ ପାଟ୍ରୋଲିଂ ଚଳାଇଥିବା ବେଳେ, ୨ ଜଣ ଅଭିଯୁକ୍ତ ଜଣେ ବାଇକ ଚାଳକଙ୍କୁ ନିଛାଟିଆ ଦେଖି ତାଙ୍କୁ ଖଣ୍ଡା ଦେଖାଇ ପର୍ସ ଛଡାଉଥିବା ଘଟଣା ଦେଖିବାକୁ ପାଇଥିଲା ଟିମ । ପରେ ସଙ୍ଗେ ସଙ୍ଗେ ସେଠାରେ ଚଢ଼ାଉ କରି ୨ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ତାଠାରୁ ଏକ ଖଣ୍ଡା ଓ ଏକ ବାଇକ ଜବତ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ, ବଡଗଡ଼ କେନାଲ ରୋଡର ଦିପୁନା ନାୟକ ଓ ବଡ଼ଗଡ଼ ମଇଁସାଖାଲର ରାକେଶ ନାୟକ । ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନା ଯୋଗ୍ୟଯେ, ଖାରବେଳନଗର ଥାନାଧିକାରୀଙ୍କ ନିଦେ୍ର୍ଧଶ କ୍ରମେ ସମ୍ପୃକ୍ତ ଥାନାର ଏସଆଇ ରୋଶନ କୁମାର ପ୍ରଧାନ ଓ ଟୀମ ଗତ ରାତିରେ ସତ୍ୟନଗର ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ସମୟ ପ୍ରାୟ ରାତି ୧.୪୫ରେ ନିମ୍ନୋକ୍ତ ଅଭିଯୁକ୍ତ ଦୁହେଁ କ୍ୟାପିଟାଲ ହାଇସ୍କୁଲ ନିକଟ ଏକ ଅନ୍ଧାରୁଆ ସ୍ଥାନରେ ବାଇକରେ ଏକ ଖଣ୍ଡା ଧରି ବୁଲୁଥିବାର ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇଥିଲେ । ଖବର ପାଇ ପୁଲିସ ଟିମ ତୁରନ୍ତ ଘଟଣା ସ୍ଥଳକୁ ଯାଇଥିଲେ ଓ କିଛି ସୂରରୁ ନିମ୍ନାକ୍ତ ଅଭିଯୁକ୍ତ ଦୁହିଁଙ୍କୁ ଖଣ୍ଡା ଦେଖାଇ ବାଇକ ଆରୋହିଙ୍କୁ ତାଙ୍କର ମୋବାଇଲ ଓ ମନିପର୍ସ ମାଗୁଥିବାର ଦେଖିବାକୁ ପାଇଥିଲେ । ପରେ ପୁଲିସ ଟିମ ସେଠାରେ ପହଞ୍ଚିବା ମାତ୍ରେ ଅଭିଯୁକ୍ତ ଦୁହେଁ ଘଟଣା ସ୍ଥଳରୁ ଖସି ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୁଲିସ ଟିମ କୌଶଳ କ୍ରମେ ଅଭିଯୁକ୍ତ ଦୁହିଁଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ହେଲେ ବାଇକ ଚାଳକ ଜଣଙ୍କ ସେଠାରୁ ଭୟରେ ଚାଲିଯାଇଥିଲେ । ଏହି ସମୟରେ ପୁଲିସ ଟିମ ଦୁଇ ଅଭିଯୁକ୍ତଙ୍କ ଠାରୁ ଏକ ଖଣ୍ଡା ଓ ଏକ ବାଇକ ଜବତ କରିଥିଲେ । ପରେ ସେମାନଙ୍କୁ ଥାନାକୁ ଆଣି ପୁଲିସ ନିଜଆଡୁ ମାମଲା ରୁଜୁକରି ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।