ଲେଖାଶ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ : ଆନେ୍ଦାଳନକୁ ଓହ୍ଲାଇଲା ବିଜେଡି ମହିଳା ଗୋଷ୍ଠୀ
ଖଇରା : ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ପ୍ରତିବାଦରେ ଖଇରା ବ୍ଲକ ବିଜେଡି ମହିଳା ଗୋଷ୍ଠୀ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ପ୍ରଥମେ ୬ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ସୁଷମା ମହାପାତ୍ର ଓ ୪ନମ୍ବର ଜୋନ ସଦସ୍ୟା ରଶ୍ମିତା ମହାପାତ୍ରଙ୍କ ନେତୃତ୍ୱରେ ବିଜେଡି ମହିଳା ଗୋଷ୍ଠୀର ସଦସ୍ୟାମାନେ ପ୍ଲାକାର୍ଡ ଧରି ଭାଜପା ସରକାରରେ ନାରୀ ସମ୍ମାନ ଉପରେ ପ୍ରଶ୍ନ ଉଠାଇ ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ସ୍ଲୋଗାନ ଦେଇ ଖଇରା ଥାନା ପର୍ଯ୍ୟନ୍ତ ଯାଇଥିଲେ । ପରେ ଶତାଧିକ ବିଜେଡି ସମର୍ଥକ ନୀଳଗିରି ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସମ୍ପର୍କିତ ଦାବିପତ୍ର ଖଇରା ଥାନା ଆଇଆଇସି ସୁଚନ୍ଦ୍ର ମହାଳିକଙ୍କୁ ପ୍ରଦାନ କରିଥିଲେ । ନନ୍ଦୁର ସରପଞ୍ଚ ଜୟନ୍ତୀ ପତି ଓ ସମିତିସଭ୍ୟ ଦମୟନ୍ତୀ ସିଂ, ଅମରିଆ ସରପଞ୍ଚ ସସ୍ମିତା ଧିନ୍ଦା, ଜଳଦା ସରପଞ୍ଚ ଗୀତାଞ୍ଜଳୀ ବେହେରା, ଶ୍ୟାମସୁନ୍ଦରପୁର ସରପଞ୍ଚ ବନିତା ପ୍ରଧାନ, ସମିତିସଭ୍ୟା ବାସନ୍ତୀ ମହାନ୍ତି, ଗୋବିନ୍ଦପୁର ସରପଞ୍ଚ ରଶ୍ମିତା ବେହେରା, ଖଇରା ସରପଞ୍ଚ ମାଳତୀ ସେଠୀ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।