ଲେଖିକା ସୁଷମା ବାରିକଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବ
ବାଲିଚନ୍ଦ୍ରପୁର: ମାହାଙ୍ଗାମାହେଶ୍ୱରୀ ମଣ୍ଡପ ଠାରେ ମାହାଙ୍ଗା ସାହିତ୍ୟ-ସଂସ୍କୃତି ପରିଷଦ ଅନୁକୁଲ୍ୟରେ ସୁଲେଖିକା ସୁଷମା ବାରିକଙ୍କ ପୁସ୍ତକ ଉନ୍ମୋଚନ ଉସôବ ଅନୁଷ୍ଠିତ ହୋଇଯାଇଛି । କବିତା/ଗୀତିକବିତା ଏକା ଏକା ଆଶାବତୀ, ମଧୁ ମୂର୍ଚ୍ଛନା ଓ ପୁଣି କେବେ ପୁସ୍ତକ ଏବଂ ଗଳ୍ପ ବହି ଶ୍ରାବଣ ରାତିର ଜ୍ୟୋସ୍ନାର ଉନ୍ମୋଚନ ପରିଷଦର ସଭାପତି ପ୍ରଫେସର ଡ଼ଃ ଭୁବନାନନ୍ଦ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ପ୍ରଧାନ ଶିକ୍ଷକ ସାରଦା ପ୍ରସାଦ ମିଶ୍ର, ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଧ୍ୟାପକ କବି ଡ଼ଃ ଜଚିନ୍ଦ୍ର କୁମାର ରାଉତ, କବି ଅଶୋକ କୁମାର ସାମଲ, ବରଣ୍ୟ ଅତିଥି ଭାବେ ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡ଼ଃ ସୁଷମା ରାଣୀ କର ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳର ଗ୍ରାମୀଣ ପରିବେଶରେ ସୁଲେଖିକା ସୁଷମା ବାରୀକଙ୍କର ଉପରୋକ୍ତ ଚାରିଗୋଟି ପୁସ୍ତକ ଉନ୍ମୋଚନ ହେବା ଶୁଭଙ୍କର ବୋଲି ପ୍ରକାଶ କରିଥିଲେ । ଆଲୋଚକ ଭାବେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ପବିତ୍ର କୁମାର ସାହୁ, ଜବାହାରଲାଲ ନେହୁର ମହାବିଦ୍ୟାଳୟ କୁଆଁପାଳ ଅଧ୍ୟାପିକା ବିଜୟଲକ୍ଷ୍ମୀ ମିଶ୍ର,ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟ,ଅଧ୍ୟାପିକା ତୁଳସୀ ରାଉତ,ନିକିରାଇ ମହାବିଦ୍ୟାଳୟ, ନିକିରାଇ କେନ୍ଦ୍ରାପଡ଼ାର ଅଧ୍ୟାପକ ଦିଲ୍ଲୀପ କୁମାର ସ୍ୱାଇଁ, ଆଡ଼ଭୋକେଟ କମଳାକାନ୍ତ କର ଯୋଗଦେଇ ସୁଷମା ବାରିକଙ୍କ ଲିଖିତ ଚାରିଗୋଟି ପୁସ୍ତକକୁ ସମୀକ୍ଷା କରି କବିତା ସର୍ବଦା ପାଠକଙ୍କ ମନ ହୃଦୟକୁ ଛୁଇଁ ପାରିଲେ କବିତା ସାର୍ବଜନୀନ ହେବ ବୋଲି ମତଦେଇଥିଲେ । ମାହାଙ୍ଗା ସାହିତ୍ୟ-ସଂସ୍କୃତି ପରିଷଦର ସାଧାରଣ ସଂପାଦକ ଭାବଗ୍ରାହୀ ଦାସ ପ୍ରାରମ୍ଭିକ ସୂଚନା, ତ୍ରିଲୋଚନ ଦାଶ ସ୍ୱାଗତ ଭାଷଣ ଏବଂ ତାପସ କୁମାର ବାରିକ ଧନ୍ୟବାଦ ଦେଇଥିଲେ । ପରିଷଦର ସାଂସ୍କୃତିକ ସଂପାଦକ ଭୂପେନ ଚାଟାର୍ଜୀଙ୍କୁ ଲେଖିକା ସୁଷମା ମିଶ୍ର ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ମାନିତ କରିଥିଲେ ।