ଓଜନ କଣ୍ଟାରେ ହେରଫେର ୩ ଘଣ୍ଟା ଅଟକ ପରେ ମୁକୁଳିଲେ ବେପାରୀ
ଯାଜପୁର: ମଣ୍ଡିଖୋଲିନି । ଏହି ସୁଯୋଗରେ ଧାନ ବେପାରୀ ଗାଁରେ ପହଁଚି ଚାଷୀଙ୍କ ଠାରୁ ଧାନ କିଣିବାରେ ଲାଗିଛନ୍ତି । ଧାରକରଜ କରି ଚାଷ କରିଥିବା ଚାଷୀ ଅମଳ କରିବା ପରେ ଧାନ ବିକିବାକୁ ଆକୁଳ ହେଉଛି ।
ବାହାର ବେପାରୀ ଏଥିରୁ ଫାଇଦା ଉଠାଇବାକୁ ପଛାଉ ନାହାନ୍ତି । ଓଜନକଣ୍ଟାରେ ହେରଫେର କରି ଚାଷୀଙ୍କୁ ଠକିବାକୁ ଚେଷ୍ଠା କରୁଛନ୍ତି । ଏଭଳି କଣ୍ଟାରେ ହେରଫେର କରୁଥିବା ଜଣେ ବେପାରୀଙ୍କୁ ଲୋକେ ୩ଘଣ୍ଟା ଧରି ଅଟକ ରଖିବା ପରେ ଛାଡ଼ିଥିଲେ । ସୁକିନ୍ଦା ଥାନା ଅନ୍ତର୍ଗତ ପିମ୍ପୁଡିଆ ପଞ୍ଚାୟତ ବାଲିଅଞ୍ଜିର ଗ୍ରାମରେ ଏଭଳି ଘଟଣା ଘଟିଛି । ସୂୂଚନା ଅନୁଯାୟୀ ବାଲିଅଞ୍ଜିର ଗ୍ରାମର କାର୍ତିକ ମହାନ୍ତଙ୍କ ପୁଅ ବିଜୟ ତାଙ୍କର ଧାନ ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର ଦୀପକ ସାହୁ ନାମକ ବେପାରୀଙ୍କୁ ନିର୍ଦ୍ଧାରିତ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୦୦୦ ଟଙ୍କାରେ ବିକ୍ରୀ କରିବାକୁ କଥା ହୋଇଥିଲେ । ଚାଷୀ ଜଣକ ଘର ପାଖରେ ବେପାରୀକୁ ଧାନ ଦେବାକୁ କହିଥିଲେ । ହେଲେ ବେପାରୀ ଜଣକ ତାଙ୍କର ଓଜନ୍ କଣ୍ଟାକୁ ଦୂରରେ ବସି ଜଣେ ଲୋକ ରିମୋର୍ଟରେ କଣ୍ଟ୍ରୋଲ କରୁଥିଲା । ପ୍ରଥମେ ଗୋଟିଏ ଅଖା ୬୭.୭୦୦ କିଲୋ ପରେ ୬୪,୪୦୦ କିଲୋ ୬୪,୦୦୦କିଲୋ ପୁନର୍ବାର ୬୪,୦୦୦ କିଲୋ ଆଧାରରେ ଏମିତି କମି କମି ଯାଉଥିଲା । ସମାନ ଆଖରେ ସମାନ ପରିମାଣର ଧାନ ଭର୍ତ୍ତି ହୋଇଥିଲେ ହେଁ ଓଜନ କିନ୍ତୁ କମି କମୁଥିବାରୁ ଚାଷୀଙ୍କ ସନେ୍ଦହ ହୋଇଥିଲା । ଏଣୁ ସେ ପୁନର୍ବାର ଆଉ ଏକ କଣ୍ଟାରେ ଓଜନ କଲାରୁ ଜାଣିବାକୁ ଗୋଟିଏ ଆଖରୁ ୨୫ ରୁ ୩୦ କିଲୋ ହେର୍ ଫେର୍ କରାଯାଇଥିଲା । ଏହା ଜାଣିଲା ପରେ ଗାଁ ଲୋକମାନେ ବେପାରୀଙ୍କୁ ଘେରିଯାଇଥିଲେ ଏବଂ ପୁଲିସ୍ରେ ଦେବାକୁ କହିଥିଲେ । ହେଲେ ବେପାରୀ ଜଣକ ନେହୁରା ହୋଇ ଆଉ ଧାନ କିଣିବାକୁ ଆସିବନି ବୋଲି କହିବା ପରେ ଛାଡ଼ ପାଇଥିଲେ ।