ମଦ ଜବତ, ୩ ଗିରଫ

 ବାଣପୁର : ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୪୯ଲିଟର ଦେଶୀ ମଦ ଜବତ କରାଯିବା ସହ ୩ଜଣଙ୍କୁ ଗିରଫ କରା ଯାଇଥିବା ଜଣାଯାଇଛି । ବାଣପୁର ଥାନା ଅନ୍ତର୍ଗତ ବୀରକେଶରୀପୁର ଗ୍ରାମର କାହ୍ନୁ ପ୍ରଧାନ ବାଇକ୍ରେ ମଦ ଚାଲାଣ କରୁଥିବା ବେଳେ, ଅବକାରୀ ଟିମ୍ ହାବୁଡରେ ପଡିଥିଲା । ଅବକାରୀ ଟିମ୍ ବାଣପୁର ଥାନା ଅନ୍ତର୍ଗତ ଝୀଣ୍ଟିକା ପଲ୍ଲୀ ଓ ନାଚୁଣୀ ଥାନା ଲୋକିପୁର ଗ୍ରାମରେ ଚଢ଼ଉ କରି ଚୋରା ମଦ ସହ ଦାମୋଦର ପରିଡା ଓ ରାମ ଚନ୍ଦ୍ର ବେହେରାଙ୍କୁ ଗିରଫ କରିଛନ୍ତି । ବିଭାଗ ପକ୍ଷରୁ ତିନୋଟି ମୋକଦମା ରୁଜୁ କରାଯାଇ ଜେଲ୍ ପଠାଇଦିଆଯାଇଛି । ଚଢ଼ାଉରେ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ସମେତ ସୁମିତ୍ରା ମହାରଣା ଆଶିଷ ପ୍ରଧାନ ରଂଜିତ ପଟେଲ ସଞ୍ଜୟ ସୁବୁଦ୍ଧି ପ୍ରମୁଖ ସାମିଲ ଥିଲେ ।