ଲେଫ୍ଟ ପାରାଲାଲ ରୋଡ୍ ପାଇଁ ସୀମାଙ୍କନ ସର୍ଭେ 

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓଇଆରସି ସ୍କୋୟାରଠାରୁ ପଥରଗଡ଼ିଆ ପର୍ଯ୍ୟନ୍ତ ପ୍ରସ୍ତାବିତ ଲେଫ୍ଟ ପାରାଳାଲ ରୋଡ୍ ସୀମାଙ୍କନ ପାଇଁ ଏକ ବିସ୍ତୃତ ସର୍ଭେ ଆରମ୍ଭ କରିଛି । ମଙ୍ଗଳବାର ଆରମ୍ଭ ହୋଇଥିବା ଏହି ସର୍ଭେ ବୁଧବାର ଦିନ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦିନିଆ କାର୍ଯ୍ୟକ୍ରମ ମାଧ୍ୟମରେ ଲେଫ୍ଟ ପାର୍ଲାଲ ରୋଡ୍ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଥିବା ଚୁନୁକୋଳି ବସ୍ତି ଅଞ୍ଚଳରେ ବସବାସ କରୁଥିବା ପରିବାରମାନଙ୍କୁ ଗଣନା କରାଯିବ । ବିଡିଏର ଉପାଧ୍ୟକ୍ଷ ଡକ୍ଟର ଏନ୍ ତିରୁମାଲା ନାୟକଙ୍କ ନିଦେ୍ର୍ଦଶ ଅନୁଯାୟୀ, ରାଜସ୍ୱ ବିଭାଗ, କାର୍ଯ୍ୟ ବିଭାଗ, ବିଡିଏ ଏବଂ କମିଶନରେଟ୍ ପୁଲିସର ଅଧିକାରୀମାନଙ୍କୁ ନେଇ ଗଠିତ ଚାରିଟି ନିର୍ଦ୍ଦିଷ୍ଟ ଦଳ ଏହି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ନିୟୋଜିତ ହୋଇଛନ୍ତି । ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସହରର ଟ୍ରାଫିକ ସମସ୍ୟାକୁ ହ୍ରାସ କରିବା ଏବଂ ସଂଯୋଗୀକରଣ ବୃଦ୍ଧି କରିବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ । ପ୍ରସ୍ତାବିତ ରାସ୍ତାଟି ଗଣିତ ସଂସ୍ଥାନଠାରୁ ଏକାମ୍ର କାନନ ପର୍ଯ୍ୟନ୍ତ ରହିବ, ଯାହା ପଥରଗଡ଼ିଆ, ଉକôଳ ହସ୍ପିଟାଲ ଏବଂ ରେଲ ବିହାର ଆଦି ମୁଖ୍ୟ ସ୍ଥାନ ଦେଇ ଗତି କରିବ ।