ଲେବୁଲକ୍ରସିଂ ନିକଟରୁ ମୃତ ଦେହ ଉଦ୍ଧାର
ଚାରବାଟିଆ ଲେବୁଲ କ୍ରସିଂ ନିକଟରୁ ମିଳିଥିବା ରେଳ କର୍ମଚାରୀଙ୍କ ମୃତ ଦେହକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଯେଉଁ ଅବସ୍ଥାରେ ମୃତ ଦେହ ଜବତ ହୋଇଛି, ତାହା ଏକ ଅସ୍ୱଭାବିକ ମୃତୁ୍ୟ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ହେଲେ ପରିବାରବର୍ଗ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡେଇ ବାସିନ୍ଦା ସନ୍ଦିପ ପଣ୍ଡା ରେଳ ବିଭାଗରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଚାରବାଟିଆ ଲେବୁଲ କ୍ରସିଂକୁ ପରିଚାଳନା କରିବା ତାଙ୍କର ଦାୟିତ୍ୱ ଥିଲା । ତେବେ ମଙ୍ଗଳବାର ରାତିରେ ସେ ଘରକୁ ଫେରି ନଥିଲେ । ଯାହାକୁ ନେଇ ଘର ଲୋକ ସନେ୍ଦହରେ ଖୋଜିବା ଆରମ୍ଭ କରିଥିଲେ । ଏହା ଭିତରେ ରେଳ ବିଭାଗ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆଜି ମୃତ ସନ୍ଦିପଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି । କିନ୍ତୁ ଯେଉଁ ଅବସ୍ଥାରେ ତାଙ୍କର ମର ଶରୀରକୁ ଉଦ୍ଧାର କରାଯାଇଛି, ତାହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି