ଟିପିଏନଓଡିଏଲର ଲୋ-ଭୋଲଟେଜ୍ ସମସ୍ୟା ଦୂର ପ୍ରୟାସ
ଯାଜପୁର: ଲୋ-ଭୋଲଟେଜ୍ ସମସ୍ୟା ଦୂର ପାଇଁ ଟିପିଏନଓଡିଏଲ ପକ୍ଷରୁ ପ୍ରୟାସ ଜାରୀ ରହିଛି । ଲୋ-ଭୋଲଟେଜ ସମସ୍ୟା ଥିବା ବିଭିନ୍ନ ଅଞ୍ଚଳରେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି । ଯାଜପୁର ଜିଲା କୁଆଖିଆ ଡିଭିଜନ ଅନ୍ତର୍ଗତ ପାନ୍ତୁରି ଅଞ୍ଚଳର ଥିବା ୧୬ କେଭି ବିଦୁ୍ୟତ ଟ୍ରାନ୍ସଫର୍ମରକୁ ୧୦୦ କେଭିରେ ପରିବର୍ତନ କରାଯାଇଥିବା ବେଳେ ନେଉଳପୁର ଅଞ୍ଚଳର ୧୦୦କେଭି ଟ୍ରାନ୍ସଫର୍ମରର କ୍ଷମତାକୁ ୨୫୦ କେଭିକୁ ବୃଦ୍ଧି କରାଯାଇଛି । ବାରିପଦା ଅନ୍ତର୍ଗତ ରଘୁନାଥପୁରରେ୧୦୦ କେଭି ବିଦୁ୍ୟତ ଟ୍ରାନ୍ସଫର୍ମର କ୍ଷମତାକୁ ୨୫୦ କେଭିକୁ ବୃଦ୍ଧି କରାଯାଇଥିବା ବେଳେ ଭଦ୍ରକ ସାଉଥ ଡିଭିଜନ ଅନ୍ତର୍ଗତ ଆଖୁଆପଦାରେ୧୦୦ କେଭି ବିଦୁ୍ୟତ ଟ୍ରାନ୍ସଫରମର କ୍ଷମତାକୁ ୨୫୦କେଭିକୁ ବୃଦ୍ଧି କରାଯାଇଛି । ସେହିପରି ରାଇରାଙ୍ଗପୁର ଡିଭିଜନ ଅନ୍ତର୍ଗତ ଉପରବେଢା ଓ କଣ୍ଟାବଣିରେ ଦୁଇଟି ୨୫କେଭି ବିଦୁ୍ୟତ ଟ୍ରାନ୍ସଫର୍ମର କ୍ଷମତାକୁ ୧୦୦ କେଭିକୁ ବୃଦ୍ଧି କରାଯିବା ସହ କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳର ୧୦୦ କେଭି ବିଦୁ୍ୟତ ଟ୍ରାନ୍ସଫର୍ମରକୁ ପରିବର୍ତ୍ତନ କରି୨୫୦କେଭିକୁ ବୃଦ୍ଧି କରାଯାଇଛି । ଏଣିକି ଏହି ଟ୍ରାନ୍ସଫର୍ମରଗୁଡ଼ିକ ଅଧିକ କ୍ଷମତା ସମ୍ପର୍ଣ୍ଣ ହେବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ଲୋ-ଭୋଲ୍େଟଜ ସମସ୍ୟା ଦୂର କରିବାରେ ସକ୍ଷମ ହେବ । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ବହୁ ଦିନର ସମସ୍ୟା ମଧ୍ୟ ଦୂର ହେବ । ଖାଲି ସେତିକି ନୁହଁ, ସୁରକ୍ଷାକୁ ଦୃଷ୍ଟିରେ ରଖି ଟିପିଏନଓଡିଏଲ ପକ୍ଷରୁ ପୂର୍ବରୁ ଥିବା ପୁରୁଣା ବାଡ଼କୁ ପରିବର୍ତ୍ତନ କରାଯାଇ ନୂତନ ପାଚେରୀ ନିର୍ମାଣ କରାଯାଇଛି । ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ଟିପିଏନଓଡିଏଲ ସର୍ବଦା ପ୍ରୟାସରତ ଥିବାବେଳେ ବିଗତ କିଛି ଦିନ ମଧ୍ୟରେ ଭିତ୍ତିଭୂମି ଗୁଡିକରେ ଅନେକ ପରିବର୍ତ୍ତନ କରାଯାଇଛି ।