ସ୍ୱୟଂ ଶାସିତ ମହାବିଦ୍ୟାଳୟ ମାନ୍ୟତା ଦାବି କଲେ ଜୟଦେବ

 ଆନନ୍ଦପୁର: ଆନନ୍ଦପୁର ମହାବିଦ୍ୟାଳୟକୁ ସ୍ୱୟଂ ଶାସିତ ମହାବିଦ୍ୟାଳୟର ମାନ୍ୟତା ଦାବି କରିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଆନନ୍ଦପୁର ରଜ ମହୋତ୍ସବର ଉଦଯାପନୀ ଦିବସରେ ଅତିଥି ଭାବେ ଯୋଗ ଦେଇ କରଞ୍ଜିଆ, ଯାଜପୁର ଜିଲ୍ଲାରର କଲେଜ ଆନନ୍ଦପୁର ମହାବିଦ୍ୟାଳୟର ବହୁ ପଛରେ ହୋଇଥିବା ବେଳେ ତାହା ଆଜି ସ୍ୱୟଂଶାସିତ ମହାବିଦ୍ୟାଳୟ ହୋଇପାରିଛି । ହେଲେ ବିଡ଼ମ୍ବନାର ବିଷୟ କଂଗ୍ରେସ ସରକାର ସମୟରେ ଭାଗବତ ପ୍ରସାଦ ମହାନ୍ତି ଯେତେ ବେଳ ଶିକ୍ଷମନ୍ତ୍ରୀ ଥିଲେ ସେତେବେଳେ ସେ ଏହି ମହାବିଦ୍ୟାଳୟକୁ କିପରି ସ୍ୱୟଂଶାସିତ ମହାବିଦ୍ୟାଳୟ କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ । ଏ ନେଇ କାଗଜପତ୍ର ପ୍ରସ୍ତୁତିବି ହୋଇଥିଲା । ମାତ୍ର ପରବର୍ତ୍ତୀ ସରକାର ଆସିଲା ପରେ ଏହି ପ୍ରସ୍ତାବ ନାଲିଫିତା ତଳେ ଚାପି ହୋଇ ରହିଗଲା । ପର ମୂହୁର୍ତ୍ତରେ କେନ୍ଦ୍ରରେ ଏବଂ ରାଜ୍ୟରେ ଅଲଗା ଅଲଗା ସରକାର ରହିବା ଦ୍ୱାରା ଉଭୟ ଉଭୟଙ୍କୁ ଦୋଷ ଦେଇ ଖସିଗଲେ । କିନ୍ତୁ ଆଜି ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଡବଲ ଇଂଜିନ ସରକାର ଥିବା ବେଳେ କେହି କାହାକୁ ଦୋଷ ଦେଇପାରିବେନି । ସ୍ୱୟଂ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ମହାବିଦ୍ୟାଳୟର ଛାତ୍ର ହୋଇଥିବାରୁ ଆଜିର ସରକାର ଆନନ୍ଦପୁର ମହାବିଦ୍ୟାଳୟକୁ ସ୍ୱୟଂଶାସିତ ମହାବିଦ୍ୟାଳୟ କରିବାକୁ ନିଷ୍ପତି ନିଅନ୍ତୁ । ସେହିପରି  ଏ ଯେଉଁ ବ୍ୟାରେଜ ପ୍ରକଳ୍ପ ଆନନ୍ଦପୁରରେ ହୋଇଛି ତାହା କଂଗ୍ରେସ ସରକାର ସମୟରେ ସ୍ୱର୍ଗତ ବସନ୍ତ ବିଶ୍ୱାଳ ଜଳସମ୍ପଦ ମନ୍ତ୍ରୀ ଥିବାବେଳେ କାର୍ଯ୍ୟକାରୀ ହୋଇଥିଲା । ପରବର୍ତୀ ବିଜେଡି ସରକାର ଆମ ବୈତରଣୀ ବ୍ୟାରେଜ ପାଣିକୁ ବାଲେଶ୍ୱର, ଭଦ୍ରକ ଜିଲ୍ଲାକୁ ଦେଲେ ଅଥଚ ଆନନ୍ଦପୁର, ଘସିପୁରା, ହାଟଡିହି ଅଞ୍ଚଳ ବୁନ୍ଦାଏ ପାଣି ପାଇଲା ନାହିଁ । ଏଥିପାଇଁ ନିଜର ହକ ପାଇବା ଏବଂ ସ୍ୱାର୍ଥ ହାସଲ ପାଇଁ ଏକ ସର୍ବଦଳୀୟ ବଡ଼ ଆନେ୍ଦାଳନର ଆବଶ୍ୟକତା ଅଛି ବୋଲି ଶ୍ରୀ ଜେନା କହିଥିଲେ ।