ସ୍ୱାଧୀନରୁ ଲଢ଼ିବେ ଝାନ୍ସୀ
ଆନନ୍ଦପୁର,: ବିଜେଡି ଏବଂ ବିଜେପିର ପ୍ରାର୍ଥୀ ଘୋଷଣାକୁ ନେଇ ଆଶାୟୀଙ୍କ ମନରେ ଲାଗିଛି ନିଆଁ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ । ପ୍ରଥମେ ବିଜୁ ଜନତା ଦଳରୁ ଏବଂ ପରେ ଭାରତୀୟ ଜନତା ପାର୍ଟିରୁ ନିରାଶ ହେବା ପରେ ବିଧାୟକ ଭାଗିରଥୀ ସେଠୀଙ୍କ ଗଡ଼ କୁହାଯାଉଥିବା ଫକୀରପୁର ଗ୍ରାମର ସପ୍ତା ବାଜରରେ ଆୟୋଜିତ କାର୍ଯ୍ୟକ୍ରମରେ ଝାନ୍ସୀ ସ୍ୱାଧୀନ ଭାବେ ପାର୍ଥôପତ୍ର ଦାଖଲ କରିବାକୁ ଘୋଷଣା କରିଛନ୍ତି । ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ମଧ୍ୟରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ କେବେ ମହିଳା ବିଧାୟକ ଦେଖିନଥିବା ବେଳେ ମା ମାନେ ଯଦି ଆଶୀର୍ବାଦ କରନ୍ତି । ତେବେ ଚଳିତ ନିର୍ବାଚନରେ ଆନନ୍ଦପୁର ମହିଳା ବିଧାୟକ ଦେଖିବ ବୋଲି ଝାନ୍ସୀ କହିଥିଲେ । ଆନନ୍ଦପୁର ଠିକାଦାର ଏବଂ ନାମ ଘୋଷଣାରେ ସୀମିତ ନେତା ମାନଙ୍କ କବଳରେ ଆନନ୍ଦପୁର । ସେମାନଙ୍କ କବଳରୁ ଆନନ୍ଦପୁରକୁ ଉଦ୍ଧାର କରିବାକୁ ହେଲେ କେବଳ ଜଣେ ନାରୀ ଶକ୍ତିର ଆବଶ୍ୟକ ବୋଲି ଝାନ୍ସୀ କହିଛନ୍ତି । ନାହିଁନାହିଁରେ ଆଜି ଆନନ୍ଦପୁର. ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଏବଂ ଗମନା ଗମନ ସମସ୍ୟା କ୍ଷେତ୍ରରେ ସ୍ୱାଧୀନତା ପରଠାରୁ ଆନନ୍ଦପୁର ଅବହେଳିତ । ଆଗାମୀ ନିର୍ବାଚନରେ ସେ ନିଜେ ସ୍ୱାଧନ ଭାବେ ନିର୍ବାଚନ ଲଢ଼ିବେ ଏବଂ ମା, ଯୁବ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଏବଂ ସମସ୍ତ ବର୍ଗରୁ ତାଙ୍କୁ ଯଦି ଆଶ୍ରିବାଦ ମିଳିବ ତେବେ ଆଗାମୀ ଦିନରେ ଆନନ୍ଦପୁର ଏକ ଅଗ୍ରଣୀ ଆନନ୍ଦପୁର ଭାବେ ଗଢି ଦେଖାଇବାକୁ ଝାନ୍ସୀ ଆହ୍ୱାନ ଦେଇଥିଲେ ।