ଲୋକ ଜନଶକ୍ତି ପାର୍ଟିର କାର୍ଯ୍ୟକାରିଣୀ
ପୁରୀ : ସ୍ୱର୍ଗତ ପଦ୍ମଶ୍ରୀ ରାମବିଳାଶ ପାସୱାନଙ୍କ ଦ୍ୱାରା ଗଠିତ ଲୋକ ଜନଶକ୍ତି ପାର୍ଟିର ରାଜ୍ୟ କାର୍ଯ୍ୟକାରୀ ବୈଠକ ନାରିସେବା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସାଧାରଣ ସମ୍ପାଦକ ଲିଙ୍ଗରାଜ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ଦିନରେ ଦଳକୁ ସୁସଂଗଠିତ କରିବା ଓ ବ୍ୟାପକ ସଦସ୍ୟତା ଗ୍ରହଣ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ପକ୍ଷରୁ ସବୁ ସ୍ଥାନରେ ପ୍ରାର୍ଥୀ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ମହିଳା ସେଲ୍ର ସଭାପତି ବନିତା ପ୍ରଧାନ, ଲିଗାଲ ସେଲ୍ର ସଭାପତି ପ୍ରତାପ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ରବିଟିକୁଳ ଉପସଭାପତି ଶରତ ଚନ୍ଦ୍ର ରଣବୀରା ଓ ପୁରୀ ଜିଲ୍ଳା ସଭାପତି ଦିଲ୍ଳୀପ ମହାନ୍ତି ଅତିଥି ଭାବେ ଯୋଗଦାନ କରିଥିଲେ । ରାଜ୍ୟର ୩୦ଟି ଜିଲ୍ଳାରେ ଜିଲ୍ଳା ସଭାପତି ମନୋନୀତ ହୋଇଛନ୍ତି । ଏନ୍ଡିଏ ସରକାରକୁ ଜନଶକ୍ତି ପାର୍ଟି କେନ୍ଦ୍ରରେ ସମର୍ଥନ କରୁଛି । ରାମ ବିଲାସ ପାଶୱାନଙ୍କ ପୁତ୍ର ଚିରାଗ ପାଶୱାନ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଖାଦ୍ୟପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ରହିଛନ୍ତି । ୨୦୨୪ ନିର୍ବାଚନରେ ବିଜେପିକୁ ସମର୍ଥନ ଜଣାଇ ଓଡିÿଶାରେ ଜନଶକ୍ତି ପାର୍ଟି କୌଣସି ପ୍ରାର୍ଥୀ ଦେଇନଥିଲା ବୋଲି କର୍ମକର୍ତ୍ତାମାନେ ବୈଠକରେ ପ୍ରକାଶ କରିଥିଲେ । ରାଜ୍ୟପ୍ରଭାରୀ ରବିଟିକୁ ଏହି ଅବସରରେ ଓଡ଼ିଶାରେ ବିଭିନ୍ନ ସରକାରୀ ଉଦ୍ୟୋଗ, ବୋର୍ଡ ଓ ସରକାରୀ ଅଧିବକ୍ତା ନିଯୁକ୍ତିରେ ଲୋକ ଜନଶକ୍ତି ପାର୍ଟିକୁ ସହଭାଗିତା ମିଳିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ଭୁବନେଶ୍ୱରରେ ପାର୍ଟିର ଏକ କାର୍ଯ୍ୟାଳୟ ପାଇଁ ଜମି ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପାଶୱାନ ରାଜ୍ୟ ସରକାରଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ ଜଣାଇଛନ୍ତି । ବୈଠକରେ ବିଭିନ୍ନ ଜିଲ୍ଳାର ସଭାପତି ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।