ଉପର ପଡିଆରେ ବି ହେବ ବାଲିଯାତ୍ରା

କଟକ : ଉପର ପଡିଆରେ ବି ହେବ ବାଲିଯାତ୍ରା । ଏନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ରୂପରେଖ କଣ ହେବ ହାଇକୋର୍ଟଙ୍କୁ ଅବଗତ କରାଯିବ । ଆସନ୍ତା ୯ରେ କଟକ ସହର ସମ୍ପର୍କିତ ମାମଲାର ଶୁଣାଣୀ ରହିଛି । ଆସନ୍ତା ୯ ତାରିଖରେ ଏନେଇ ହାଇକୋର୍ଟଙ୍କୁ ଅବଗତ କରାଯିବ । ଲୋକପ୍ରତିନିଧିମାନଙ୍କୁ ନେଇ ଜିଲାପାଳଙ୍କ ଆବାସିକ ବାସଭବନରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି । ପୂର୍ବରୁ କେବଳ ତଳ ପଡିଆରେ ବାଲିଯାତ୍ରା ହେବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଅଧିକାଂଶ ଦଳର ଲୋକପ୍ରତିନିଧି ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରିଥିଲେ ।