ଲୋକଙ୍କ ସେବା କରିବା ପ୍ରାଥମିକତା

 ଗୋପ : କଠିନ ପରିଶ୍ରମ ଆଗରେ ଅର୍ଥ କେବେବି ବାଧକ ସାଜିପାରିବନାହିଁ ତାହା ଆଜି ପ୍ରମାଣିତ କରୀ ଦେଖାଇଛନ୍ତି ଜଣେ ମଧ୍ୟବର୍ତ୍ତୀ ପରିବାର ପୁଅ  ସାହିଲ କୁମାର ପାତ୍ର  । ଆଜି ପ୍ରକାଶିତ ଓଡ଼ିଶା ସିଭିଲ ସର୍ଭିସ(ଓଏଏସ) ୧୫୧ ରେୟାଙ୍କରେ କୃତକାର୍ଯ୍ୟ ହେବା ପରେ ଗୋପ ବ୍ଲକ୍ ଅନ୍ତର୍ଗତ ଇଶାଣପୁର ପଞ୍ଚାୟତ ଅଧୀନ କଦମ୍ବପାଟଣା ଗ୍ରାମର ଆଲୋକ କୁମାର ପାତ୍ର ଓ  ମାତା ଶୁଭାସିନୀ ପାତ୍ରଙ୍କ ପୁତ୍ର ସାହିଲ ପାତ୍ର  । ଚଳିତ ବର୍ଷ ଓପିଏସସି ପରୀକ୍ଷାରେ ଗୋପ ବ୍ଲକ ପାଇଁ ଗୌରବ ଅର୍ଜନ କରିଛନ୍ତି  ।  ସାହିଲଙ୍କ ବାପା ମା’ଙ୍କର  ପୁଅ ଉପରେ ଦୃଢ଼ ବିଶ୍ୱସ ଥିବା ସହିତ  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ରହିଛି ବୋଲି କହିଥିଲେ ସାହିଲଙ୍କ ବାପା  । ଗୋପ ବ୍ଲକର କଦମ୍ବପାଟଣା ଗାଁରେ ସାହିଲ ପ୍ରଥମେ ଓସିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାରୁ ଗାଁରେ ଖୁସିର ମାହୋଲ ଦେଖିବାକୁ ମିଳିଛି  । ବିଭିନ୍ନ ସ୍ଥାନରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି  ।
ତାଳଚେର : ତାଳଚେର ବ୍ଲକ କଙ୍କିଳି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସୁଧାକର ସାମଲଙ୍କ ପୁଅ ଶଶାଙ୍କ ଶେଖର ସାମଲ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ୧୫୧ ଋ୍ୟାଙ୍କରେ ରହି କୃତକାର୍ଯ୍ୟ ହୋଇଛନ୍ତି  । ଏହାକୁ ନେଇ ତାଳଚେର ଅଞ୍ଚଳରେ ଖୁସିର ଲହର ଖେଳି ଯାଇଛି  । ବିଜେପି ପକ୍ଷରୁ ତାଙ୍କର ସଫଳତା ଏବଂ ତାଳଚେର ପାଇଁ ଗୌରବ ଆଣି ଥିବାରୁ ତାଙ୍କୁ ଶୁଭେଚ୍ଛା ଓ ସମ୍ବୋର୍ଦ୍ଧନା ଦିଆଯାଇଛି  । ଆଜି ଶନିବାର ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ଜଗଦୀଶ ମିଶ୍ର, ଲିପୁନ କାଞ୍ଜି, ସୁଶାନ୍ତ ମହାନ୍ତି, ପାଣ୍ଡବ ମହାନ୍ତି, ସୁଧାକର ତୁଙ୍ଗ, ସନ୍ତୋଷ କାଞ୍ଜି, ମାନସ ମହାରଣାଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତା ତାଙ୍କ ବାସଭବନରେ ପହଁଞ୍ଚି ଶୁଭେଚ୍ଛା ଜଣାଇଥିଲେ  ।
ଆସିକା : ଓଡିଶା ଲୋକ ସେବା ଆୟୋଗ (ଓପିଏସସି) ଦ୍ୱାରା ପାରିଚଳିତ ଓଡିଶା ପ୍ରଶାସନିକ ସେବା (ଓସିଏସ ) ପରୀକ୍ଷା ଫଳ ପ୍ରକାଶ ପାଇଛି  । ସେଥିରେ ଆସିକା ଅଞ୍ଚଳର ତିନି ଜଣ ଛାତ୍ର, ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି  । ଆସିକା ଏନଏସି ଅନ୍ତର୍ଗତ ଶାସ୍ତ୍ରୀନଗର ଅଞ୍ଚÿଳର ଅବସରପ୍ରାପ୍ ଏବଂ ସ୍ୱର୍ଗତ ବିପ୍ର ଚରଣ ତ୍ରିପାଠୀ ଓ ମାତା ଶାନ୍ତିଲତା ତ୍ରିପାଠୀଙ୍କ ପୁତ୍ର ଅଟନ୍ତି  । ସେ ୨୦୦୮ ଠାରୁ ୨୦୨୩ ପର୍ଯ୍ୟନ୍ତ ନୌସେନା ରେ କାର୍ଯ୍ୟ କରୁଥିଲେ  । ଦିନକୁ ୧୦ ଘଣ୍ଟା ପରିଶ୍ରମ କରି ୩୦୩ ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି  । ଲୋକଙ୍କ ସେବା କରିବା ସହ ଦୁର୍ନୀତି ଠାରୁ ଦୁରେଇ ରହିବା ଓ ସ୍ୱଛତା ଦିଗରେ ଗୁରୁତ୍ୱ ଦେବାକୁ କହିଛନ୍ତି  । ସେହିଭଳି ଆସିକାର କଳିଙ୍ଗ ରୋଡ ସ୍ଥିତ ବାଲାଜୀ ଆପାର୍ଟମେଣ୍ଟର ପ୍ରତିଶ୍ରୁତି ପଲାଇ  ଓପିଏସସି ପରୀକ୍ଷାରେ ୧୪୨ ନମ୍ବର ରେଙ୍କ ରେ ସଫଳତାର ସହ ଉର୍ତ୍ତୀନ ହୋଇଛନ୍ତି  । ତାଙ୍କର ବାପା ପ୍ରଫୁଲ କୁମାର ପୋଲାଈ ଭାରତୀୟ ଷ୍ଟେଟ ବ୍ୟଙ୍କରେ କାର୍ଯ୍ୟରତ ଅଛନ୍ତି  ।  ସ୍ୱଛତା, ମହିଳାଙ୍କ ଉନ୍ନତି ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି  । ସେହିଭଳି ଆସିକା ତାଳୁକା ସ୍ଥିତ ରାଜେନ୍ଦ୍ର ନଗରର ନିକିତା ପାତ୍ର ମୋଟ ୩୮୨ ନମ୍ବର ରେଙ୍କ ରଖି ସଫଳତାର ସହ ଉର୍ତ୍ତୀନ ହୋଇଛନ୍ତି କ୍ଷ  ସେହିପରି ନିକିତା ପାତ୍ର ପିତା ସୁଧୀର ପାତ୍ର ମାତା କଳ୍ପନା ଓପିଏସସି ପରୀକ୍ଷାର ପାଇଁ ବହୁ ପରିଶ୍ରମ କରୁଥିଲି ନିଜର ସଫଳତା ପାଇଁ ପରିବାର ଲୋକଙ୍କୁ ଶ୍ରେୟ ଦେଇଛନ୍ତି  ।
ରାଜନଗର :  ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ରାଜନଗର ବ୍ଲକରୁ ତିନିଜଣ କୃତିତ୍ୱ ହାସଲ କରିଛନ୍ତି । ସୁଧିରଂଜନ ଦାଶ ୧୪୬ ର୍ୟାଙ୍କରେ କୃତିତ୍ୱ ହାସଲ କରିଛନ୍ତି । ଶାସ୍ୱତୀ ମହାପାତ୍ର ୨୧୫ ର୍ୟାଙ୍କ ଓ ରାଜେନ୍ଦ୍ର ମାଝି ୩୧୫ ର୍ୟାଙ୍କରେ କୃତିତ୍ୱ ହାସଲ କରିଥିବାରୁ ସେମାନଙ୍କ ନିକଟକୁ ଶୁଭେଛାର ସୁଅ ଛୁଟିଛି  । ସୁଧିରଂଜନ ଦାଶ ରାଜନଗର ବ୍ଲକ ମହୁଲିଆ ଗ୍ରାମର ସରୋଜକାନ୍ତ ଦାଶ ଓ ଅନୁସୂୟା ଦାଶଙ୍କ ପୁତ୍ର । ସେ ପ୍ରଥମ ପ୍ରଚେଷ୍ଟାରେ ଏଭଳି କୃତିତ୍ୱ ହାସଲ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉସô ପାଲଟିଛନ୍ତି । ସବୁଠାରୁ ବଡକଥା ହେଲା, ତାଙ୍କ ବାପା ଭୁବନେଶ୍ୱରରେ ପୁରୋହିତ କାମ ପରିବାର ଚଳାଇଥାନ୍ତି । ମାତା ଜଣେ ଗୃହିଣୀ । ଶାସ୍ୱତୀ ମହାପାତ୍ର ଏହି ବ୍ଲକ ରାଜପୁର ଗ୍ରାମର ସ୍ୱର୍ଗତ ଶିକ୍ଷକ ସୁଶାନ୍ତ ମହାପାତ୍ର ଓ ଶିକ୍ଷୟିତ୍ରୀ ନମିତାପ୍ରଭା ଦାଶଙ୍କ ଝିଅ । ପିତା ସୁଶାନ୍ତ ୨୦୧୩ ମସିହାରେ ମୃତୁ୍ୟବରଣ କରିଥିବା ବେଳେ ମା ନମିତା ସେଠାରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ରାଜେନ୍ଦ୍ର ମାଝି ଏହି ବ୍ଲକ ଘଡିଆମାଳ ଗାଁର ସୁରେନ୍ଦ୍ର ମାଝି ଓ ମା ପ୍ରମିଳା ମାଝିଙ୍କ ପୁଅ । ଏବେ ସେ ଗୃହ ବିଭାଗର ଲୋକସଭା ଭବନରେ ସହକାରୀ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଜ୍ଞାନ ସଂପାଦକ, କଟକ ମହାନଗର ସଙ୍ଗଠନ ମନ୍ତ୍ରୀ ଓ ରାଜ୍ୟ ସାମାଜିକ ଗଣମାଧ୍ୟମର ପ୍ରମୁଖ ଦାୟିତ୍ୱ ନିର୍ବାହ କରି ଜଣେ ଛାତ୍ର ନେତା ଭାବରେ ସୁନାମ ଅର୍ଜନ କ୦ରିଥିଲେ  ।