ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି'
ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ: ଶିଶୁ ମାନଙ୍କ ଦକ୍ଷତା ଓ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲାସ୍ତରୀୟ ଶିଶୁ ମହୋସôବ ସୁରଭି ଜିଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ଅଧ୍ୟକ୍ଷତାରେ ଯାଜପୁର ଜିଲା ସ୍କୁଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ଯାଜପୁର ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା ଯୋଗଦେଇ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉସôାହିତ କରିବା ସହ କହିଥିଲେ ସୁରଭି ହେଉଛି ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ, ଶିଶୁମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିଥାଏ । ନିଜନିଜ ବିଦ୍ୟାଳୟସ୍ତରରେ ନିଜର ପ୍ରତିଭାକୁ ଭଲ ଭାବରେ ପ୍ରତିପାଦିତ କରିଛନ୍ତି । ସେଥିପାଇଁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସାମିଲ କରାଯାଇଛି । ଜିଲାସ୍ତରୀୟ ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠତ୍ୱ ଦେଖାଇ ରାଜ୍ୟସ୍ତରୀୟକୁ ମନୋନୀତ ହେବେ । ୯ଟି ବିଭାଗରେ ଯେଉଁ ପ୍ରତିଯୋଗିତା ଅଛି ସେଥିରେ ନିଜର ମନପ୍ରାଣ ଦେଇ ନିଜର ଶ୍ରେଷ୍ଠ ନିଦର୍ଶନ ଦେବେ । ରାଜ୍ୟସ୍ତରରେ କୃତିତ୍ତ୍ୱ ହାସଲ କରି ଯାଜପୁର ଜିଲାକୁ ଗୌରବାନିତ୍ୱ କରିବାକୁ ପରାମର୍ଶ ଦେଇଥିଲେ । ସଭାପତି ଭାବେ ଜିଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷାର ଜିଲା ପ୍ରକଳ୍ପ ସଂଯୋଜକ ନିବେଦିତା ପାଣି ‘ସୁରଭି' ଏଥିରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଜୀବନରେ ଉନ୍ନତି କରିବା ପାଇଁ କହିବା ସହ ପ୍ରତିଯୋଗିତାରେ ଶ୍ରେଷ୍ଠତ୍ତ୍ୱ ଅର୍ଜନ କରିବାକୁ ଉସôାହିତ କରିଥଲେ ଓ ଅଭିନନ୍ଦନ ଜଣାଇଥିଲେ । ଦଶଟି ବ୍ଲକର ୩୪୧ଜଣ ପ୍ରତିଯୋଗୀଙ୍କୁ ନେଇ ୯ଟି ଇଭେଣ୍ଟରେ ଜିଲାସ୍ତରୀୟ ବିଭିନ୍ନ ଇଭେଣ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି, ଯାହାକି ୩ଟି ବିଭାଗରେ ବଣ୍ଟନ କରାଯାଇଛି । ଯଥାକ୍ରମେ ଜୁନିଅର ବିଭାଗ, ସିନିୟର୍ ବିଭାଗ ଓ ହାଇଅର୍ ସେକେଣ୍ଡାରୀ ଗ୍ରୁପ ବିଭାଗ ବୋଲି କହିଥିଲେ । ଆସନ୍ତା ନଭେମ୍ବର ୧୨ରୁ ୧୪ତାରିଖ ତିନିଦିନ ଧରି ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମ କ୍ୟାପିଟାଲ ହାଇସ୍କୁଲ, ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ ପ୍ରତିଯୋଗିତାରେ ଶ୍ରେଷ୍ଠତ୍ତ୍ୱ ଅର୍ଜନ କରିବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉସôାହିତ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲାସ୍କୁଲ୍ ପ୍ରଧାନ ଶିକ୍ଷକ ଆଲୋକ କୁମାର ବନ୍ଧ, ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ, ସିଆରସିସି, ଯାଜପୁର ଜିଲ୍ଲାସ୍କୁଲ୍ର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଯୋଗଦେଇ ବହୁ ମାତ୍ରାରେ ସହଯୋଗ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଅଶୋକ କୁମାର ବେହୁରିଆ ଯୋଗଦେଇ ଉପସ୍ଥିତ ସମସ୍ତ ପିଲାମାନଙ୍କୁ ଆଗକୁ ବଢିବାର ପ୍ରେରଣା ଦେଇଥିଲେ । ଚଳିତ ବର୍ଷ ଶିଶୁ ମହୋସôବରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୩୫୦ଜଣ ପ୍ରତିଯୋଗି, ଯେଉଁମାନେ ପ୍ରଥମେ କ୍ଲଷ୍ଟର, ପରେ ବ୍ଲକ ସ୍ତରରେ ମନୋନୀତ ହୋଇ ଗୁରୁବାର ଜିଲାସ୍ତରରେ ଭାଗ ନେଇଛନ୍ତି । ଏଠାରେ ଉନ୍ନୀତ କୃତୀ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଜିଲା ଶିକ୍ଷା ଅଧିକାରୀ ୮୭ଜଣଙ୍କୁ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରିଥିଲେ ।