କପାଳୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା


 ବନ୍ତ, : ପବିତ୍ର ସ୍ନାନ ପୂର୍ଣ୍ଣିମା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ କପାଳୀକ୍ଷେତ୍ର ନିମପଡ଼ାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ପରି ଅପରାହ୍ନରେ ଚତୁର୍ଦ୍ଧା ଦାରୁବ୍ରହ୍ମ ଙ୍କୁ ଗୋଟି ପହଣ୍ଡି କରି ମନ୍ଦିର ସିଓହାସନରୁ ସ୍ନାନ ବେଦୀକୁ ନିଆଯାଇଥିଲା । ୧୦୮ ପୁରୁଷ ସୁକ୍ତ ବେଦମନ୍ତ୍ର ରେ ସୁବାସିତ ଜଳରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା । ପରେ ତିନିଠାକୁରଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା । ବର୍ଷକରେ ଥରେ ସ୍ନାନ ବେଦୀରେ ମହାପ୍ରଭୁଙ୍କ ଏହି ବିରଳ ଗଜାନନ ବେଶ ଦେଖିବାକୁ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ମାନେ ବହୁସଓଖ୍ୟାରେ ମନ୍ଦିର ପରିସରରେ ଉପସ୍ଥିତ ଥିଲେ । ଆ·ର୍ଯ୍ୟ ପଣ୍ଡିତ ପଦ୍ମନାଭ ପଣ୍ଡାଙ୍କ ପୌରହିତ୍ୟରେ ମନ୍ଦିର ର ବଡ଼ପଣ୍ଡା ତଥା ବଡ଼ଠାକୁରଙ୍କ ବାଡ଼ଗ୍ରାହୀ ଅନ୍ନଦା କର ଶର୍ମା, ଜଗନ୍ନାଥଙ୍କ ବାଡ଼ଗ୍ରାହୀ ତଥା ଅଙ୍ଗସେବକ ପତଞ୍ଜଳି କର ଶର୍ମା ସ୍ନାନ କାର୍ଯ୍ୟ ସମାପନ କରିଥିଲେ । ଚନ୍ଦ୍ରପ୍ରସାଦ ପଣ୍ଡା, ପାଣିନୀ କର ଶର୍ମା ସ୍ନାନ କାର୍ଯ୍ୟ ରେ ସହଯୋଗ କରିଥିଲେୟ ସ୍ନାନ ପରେ ମନ୍ଦିର ପଛପଟେ ଥିବା ଅଣସର ଘରପିଣ୍ଡିକୁ ନିଆଯାଇଥିଲା । ମନ୍ଦିର ସେବାୟତ ସମିତି ପକ୍ଷରୁ ପ୍ରକାଶ ଚନ୍ଦ୍ର ସାହୁ, ଅର୍ଜୁନ ବାରିକ, ରବୀନ୍ଦ୍ର ରାଉତ, ସଚ୍ଚିନ୍ଦ୍ର ରାଉତରାୟ, ଉତ୍ତମ କୁମାର ସାହୁ, ଶ୍ୟାମସୁନ୍ଦର ଆରୁକ, ·ରୁଚନ୍ଦ୍ର ଯେନା, ଅପର୍ତ୍ତି ବାରିକ, ନାରଣ ବାରିକ, ଧନେଶ୍ୱର ସାହୁ, ଶମ୍ଭୁନାଥ ନାୟକ ପ୍ରମୁଖ ସମସ୍ତ ସେବାୟତ ସହଯୋଗ କରିଥିଲେ ।